ଓଡିଶା

odisha

ETV Bharat / state

ଗ୍ୟାସ ଲିକରୁ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ମୟୂରଭଞ୍ଜ ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଛକରେ ଘଟିଛି ଏହି ଅଘଟଣ ।

ଗ୍ୟାସ ଲିକରୁ ଅଗ୍ନିକାଣ୍ଡ

By

Published : Oct 14, 2019, 3:42 AM IST

ବାରିପଦା: ମୟୂରଭଞ୍ଜ ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଛକ ନିକଟରେ ଥିବା ରବିନ୍ଦ୍ର ମହାନ୍ତଙ୍କ ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ। ଏହି ଅଘଟଣରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୋକାନୀ ଏବଂ ପରିବାର।

ଦୋକାନରେ ଥିବା ଗ୍ୟାସ୍‌ ଲିକ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଉକ୍ତ ଦୋକାନ ଗୃହଟି ତାଙ୍କ ଘରକୁ ଲାଗି ରହିଥୁବା ବେଳେ ଏହି ଅଗ୍ନିକାଣ୍ଡରେ ଦୋକାନର ଆସବାବପତ୍ର ସମେତ ଘରର ପାଠ୍ୟପୁସ୍ତକ ଏବଂ ଆସବାବପତ୍ର ଜଳିଯାଇଥିଲା । ତେବେ ଘର ଏବଂ ଦୋକାନ ଭିତରେ ଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ରବିନ୍ଦ୍ରଙ୍କ ୮ ବର୍ଷର ଝିଅ ସୁମିତ୍ରା ଅଗ୍ନିକାଣ୍ଡରେ ସାମାନ୍ୟ ଆହତ ହୋଇଛନ୍ତି।

ଗ୍ୟାସ ଲିକରୁ ଅଗ୍ନିକାଣ୍ଡ

ପାଖାପାଖି ଏକ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ବେଳେ ଖବର ପାଇ ଉଦଳା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ
ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଅନ୍ୟପଟେ ସାମାନ୍ୟ ଆହତ ସୁମିତ୍ରାକୁ ଶ୍ରୀଦାମଚନ୍ଦ୍ରପୁର ଡାକ୍ତର ଖାନାରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details