ରାଇରଙ୍ଗପୁର:ପଣ୍ଡ ହେଲା ବସରେ ଗଞ୍ଜେଇ ଚାଲାଣ । ଡଲଫିନ ନାମକ ଏକ ଘରୋଇ ବସରୁ 49 ନମ୍ବର ଜାତୀୟ ରାଜପଥରୁ 35 କିଲୋର ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ଦୁଇ ଅଟକ ।
ସୂଚନାଅନୁସାରେ, ଶନିବାର ଡଲଫିମ ନାମକ ଏକ ଘରୋଇ ଯାତ୍ରୀବାହୀ ବସ କେନ୍ଦୁଝରରୁ କୋଲକାତା ଅଭିମୁଖେ ବାହାରି ଥିଲା । ବସରେ ଚୋରା ଭାବରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଫଳରେ 49 ଜାତୀୟ ରାଜପଥ ଚଢ଼େଇଭୋଳ ଛକ ନିକଟରେ ବସକୁ ଅଟକାଇ ଚଢାଉ କରିଥିଲା କରଞ୍ଜିଆ ପୋଲିସ ।