ବାରିପଦା :ମୟୂରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ୟା । ମୋରଡ଼ା ଥାନା ଉଲିଡିହି ଗାଁ ନିକଟରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ପରେ ଗୋଡ ହାତ ବାନ୍ଧି ଫିଙ୍ଗି ଦିଆଯାଇଥିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ରାଇବଣିଆ ପୋଲିସ ।
ତେବେ ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳର ଜନୈକା ଆଦିବାସୀ ବିଧବା ମହିଳାଙ୍କ ସହ ବୈଶିଙ୍ଗା ଥାନା ହେମପୁରା ଗ୍ରାମର ଡାକ୍ତର ମହାନ୍ତ ନାମକ ଜଣେ ଯୁବକଙ୍କ ସହ ଦୀର୍ଘ ଦୁଇ ବର୍ଷ ହେବ ଶାରୀରିକ ସମ୍ପର୍କ ରଖିଆସୁଥିଲେ । ତେବେ ଡାକ୍ତର ଏହାର ସୁଯୋଗ ନେଇ ମହିଳାଙ୍କୁ ଗତ ଜୁଲାଇ 3 ତାରିଖ ଦିନ ବାରିପଦାକୁ ବୁଲାଇ ନେବା ବାହାନା କରି ନେଇ ଆସିଥିଲା । ଅଭିଯୁକ୍ତ ସହ ତା ସାଙ୍ଗ ସେହି ବୈଶିଙ୍ଗା ଥାନା ଗଡଗଡ଼ିଆ ଗାଁର ଛୁଟୁ ମହାନ୍ତ ଆଦିବାସୀ ବିଧବା ମହିଳାଙ୍କୁ ଚିତ୍ରଡା- ବାରିପଦା ରାସ୍ତାର ଉଲିଡ଼ିହି ନିକଟରେ ଥିବା ପଡିଆରେ ଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ପ୍ରତିବାଦ କରିବାରୁ ଏକ ଦଉଡି ସାହାଯ୍ୟରେ ଗୋଡ଼ ହାତ ବାନ୍ଧି ଫିଙ୍ଗି ଦେଇ ସେଠାରୁ ପଳାଇଥିଲେ ।