ଓଡିଶା

odisha

By

Published : Oct 22, 2019, 9:39 PM IST

ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ଗାନ୍ଧୀ ସଂକଳ୍ପ ଯାତ୍ରା

ମୟୂରଭଞ୍ଜ ବଡସାହି ବ୍ଲକର ଶିଆଳିଘାଟୀ ଓ ପାଉଁଶିଆ ଗ୍ରାମ ପଞ୍ଚାୟତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାନ୍ଧୀ ସଂକଳ୍ପ ଯାତ୍ରା । ଯାତ୍ରା ସମୟରେ କେନ୍ଦ୍ରମନ୍ତ୍ରୀ  ଗ୍ରାମବାସୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ବାରିପଦା: ବଡସାହି ବ୍ଲକର ଶିଆଳିଘାଟୀ ଓ ପାଉଁଶିଆ ଗ୍ରାମ ପଞ୍ଚାୟତରେ ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ଵରେ ଏହି ସଂକଳ୍ପ ଯାତ୍ରା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ଯାତ୍ରାରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ ଓ ଭାଜପା ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ସାମିଲ ହୋଇଥଲେ ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଗ୍ରାମବାସୀମାନଙ୍କୁ ଗାନ୍ଧୀ ସଂକଳ୍ପ ଯାତ୍ର।ର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି । ଯାତ୍ରା ସମୟରେ କେନ୍ଦ୍ରମନ୍ତ୍ରୀ ଗ୍ରାମବାସୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ଯ ଆଲୋଚନା କରିଛନ୍ତି । ଏହାପରେ ସେ ସାକୁଆ ନୂତନ ପ୍ରାଥମିକ ସାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details