ଓଡିଶା

odisha

By

Published : Nov 3, 2019, 10:23 AM IST

ETV Bharat / state

ଫେକ ଆଇଡିରେ ରେଳ ଟିକଟ ବିକ୍ରି, ଅଭିଯୁକ୍ତ ଗିରଫ

ରେଳ ବିଭାଗର ଅନୁମତି ନଥାଇ ଫେକ ଆଇଡି କରି ରେଳ ଟିକେଟ କାଟିବା ମହଙ୍ଗା ପଡିଛି ଜଣେ ଠକଙ୍କୁ । ଆନ୍ତଃରାଜ୍ୟ ପୋଲିସ ଆସି ଉଠାଇ ନେଇଛି ଅଭିଯୁକ୍ତକୁତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଫେକ ଆଇଡି ଖୋଲି ସଂରକ୍ଷଣ ରେଳ ଟିକଟ ବିକ୍ରି ଅଭିଯୋଗରେ ଗତକାଲି ଝାଡଖଣ୍ଡ ଜାମସେଦପୁର ରେଳବାଇ ପୋଲିସ (ଆରପିଏଫ) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅଧୀନ ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତାରେ ଥିବା ସ୍ବାମୀ ଜେରକ୍ସର ମାଲିକ ରାହୁଲ ସ୍ବାମୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର


ସୂଚନା ଅନୁଯାୟୀ ରାହୁଲ ନିଜ ଘରେ ଖୋଲିଥିବା ଏକ ଦୋକାନ ଗୃହରେ ଅନଲାଇନ ରେଳ ଟିକଟ ବୁକିଂ କରି ବିକ୍ରି କରୁଥିଲେ । ତେବେ ସେ ଫେକ ଆଇଡି ଖୋଲି ରେଳ ଟିକଟକୁ ଚଢା ଦରରେ ବିକ୍ରି କରୁଥିଲେ । ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ରେଳ ସଂରକ୍ଷଣ ଟିକଟ ବୁକିଂ ପାଇଁ ରେଳ ବିଭାଗ ପକ୍ଷରୁ ଅନୁମତି ନ ଥିବାବେଳେ କୌଣସି ବ୍ୟକ୍ତିଙ୍କ ଆଇଡିକୁ ନେଇ ଟିକଟ ବୁକିଂ କରୁଥିବାର ଏଜେନ୍ସି ନେଇଥିବା ଜଣେ ବ୍ୟକ୍ତି ରେଳ ବିଭାଗରେ ଅଭିଯୋଗ କରିଥିଲେ ।

ଏନେଇ ଗତକାଲି ରାତିରେ ଆରପିଏଫ ଏଏସଆଇ ଜିସି ମଲ୍ଲିକଙ୍କ ନେତୃତ୍ବରେ ଏକ ଦଳ ରାଇରଙ୍ଗପୁର ପହଞ୍ଚି ରାଇରଙ୍ଗପୁର ଟାଉନ ଥାନାର ସହାୟତାରେ ଅଭିଯୁକ୍ତ ରାହୁଲ ସ୍ବାମୀକୁ ଗିରଫ କରି ଟାଟାନଗର ରେଲୱେ ଥାନା ନେଇ ଯାଇଥିବାର ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details