ଓଡିଶା

odisha

ETV Bharat / state

ଅଣ୍ଡା ନେବାକୁ ନେଇ ଅଙ୍ଗନବାଡି ଦିଦିଙ୍କୁ ମାଡ

ଗୁରୁବାର  ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ତେଣ୍ଟପୋଷି ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ନେବା ଘଟଣାକୁ ନେଇ ଜଣେ ଅଙ୍ଗନବାଡି ଦିଦିଙ୍କୁ  ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।

By

Published : Sep 6, 2019, 1:49 AM IST

ଫଟୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର : ଅଣ୍ଡା ନେବାକୁ ନେଇ ଅଙ୍ଗନବାଡି ଦିଦିଙ୍କୁ ମାଡ। ଗୁରୁବାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ତେଣ୍ଟପୋଷି ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ନେବା ଘଟଣାକୁ ନେଇ ଜଣେ ଅଙ୍ଗନବାଡି ଦିଦିଙ୍କୁ ମାଡ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଅଙ୍ଗନବାଡ଼ି ଦିଦି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗୁରୁବାର ତେଣ୍ଟପୋଷୀ ଅଙ୍ଗନବାଡି କେନ୍ଦ୍ରରେ ୭ ମାସରୁ ୩ ବର୍ଷର ହିତାଧିକାରୀଙ୍କୁ ସମୁଦାୟ ୬୯ ଜଣଙ୍କୁ ଅଣ୍ଡା ବଣ୍ଟା ଯାଇଥାନ୍ତା । ଏନେଇ ମନ୍ଦୋଦରୀ ଦେଇ(ଅଙ୍ଗନବାଡି ଦିଦି) ସମସ୍ତଙ୍କୁ ଖବର ଦେଇଥିଲେ । ଏହାପରେ ସମସ୍ତେ ଆସି ଅଣ୍ଡା ନେବା ପାଇଁ ଧାଡିରେ ଠିଆ ହୋଇଥିଲେ।

ତେବେ ସେହି ଗାଁର ସେକ୍ ଅହମ୍ମଦଙ୍କ ସ୍ତ୍ରୀ ଆସି ନଥିବାରୁ ସେକ୍ ଅହମ୍ମଦ ପଛରୁ ଆସି ମୋତେ ଶୀଘ୍ର ଅଣ୍ଡା ଦିଅ ବୋଲି କହିଥିଲେ । ତେବେ ପ୍ରସୂତୀ ମହିଳା ନେଇ ସାରିଲା ପରେ ଅଣ୍ଡା ଦିଆଯିବ ବୋଲି ଅଙ୍ଗନବାଡି ଦିଦି ତାଙ୍କୁ କହିଥିଲେ । ଏହାକୁ ନେଇ ସେକ୍ ଅହମ୍ମଦ ଅଙ୍ଗନବାଡି ଦିଦିଙ୍କ ସହ ଯୁକ୍ତିତର୍କ କରି ସମସ୍ତଙ୍କ ସମ୍ମୁଖରେ ଅଙ୍ଗନବାଡି ଦିଦିଙ୍କୁ ଟାଣିଆଣି ପିଟିଥିଲେ । ଯାହାଫଳରେ ଅଙ୍ଗନବାଡି ଦିଦି ଗୁରୁତର ଆହତ ହୋଇଥିଲେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ଏହାପରେ ଅଙ୍ଗନବାଡି ଦିଦିଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କ ଅବସ୍ଥା ଦେଖି ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ତେବେ ଏହି ଘଟଣା ନେଇ ଅଙ୍ଗନବାଡି ଦିଦି ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରି ତୁରନ୍ତ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details