ଓଡିଶା

odisha

ETV Bharat / state

ଋଣ ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଦୁଇ ବ୍ୟାଙ୍କ ଏଜେଣ୍ଟ ଗିରଫ - two bank agent arrested

ଋଣ ନାଁରେ ଖାଇଗଲେ ଲକ୍ଷାଧିକ ଟଙ୍କା। ଦୁଇଟି ଗାଁର 66 ଜଣ ହିତାଧିକାରୀଙ୍କ ଠାରୁ ଦିନ ଦ୍ବିପହରେ ଆଖିରେ ଆଙ୍ଗୁଠି ଗୁଞ୍ଜି ଟଙ୍କା ନେଇଗଲେ ବ୍ୟାଙ୍କ ଏଜେଣ୍ଟ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଆସିଛି ଏପରି ଅଭିଯୋଗ । ଅଧିକ ପଢନ୍ତୁ...

two bank agent arrested
ଋଣ ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଦୁଇ ବ୍ୟାଙ୍କ ଏଜେଣ୍ଟ ଗିରଫ

By

Published : Jan 3, 2020, 8:42 PM IST

ରାଇରଙ୍ଗପୁର: ଋଣ ନାଁରେ ଖାଇଗଲେ ଲକ୍ଷାଧିକ ଟଙ୍କା। ଦୁଇଟି ଗାଁର 66 ଜଣ ହିତାଧିକାରୀଙ୍କ ଠାରୁ ଦିନ ଦ୍ବିପହରେ ଆଖିରେ ଆଙ୍ଗୁଠି ଗୁଞ୍ଜି ଟଙ୍କା ନେଇଗଲେ ବ୍ୟାଙ୍କ ଏଜେଣ୍ଟ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଆସିଛି ଏପରି ଅଭିଯୋଗ।

ଅଭିଯୋଗ ଅନୁଯାୟୀ, ବ୍ୟାଙ୍କ ଅଫ ଇଣ୍ଡିଆ, ଇଚିଣ୍ଡା ଶାଖାର 5 ଜଣ ଏଜେଣ୍ଟ ପ୍ରାୟ 20 ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। 2016 ମସିହାରେ ଏହି ଏଜେଣ୍ଟ ମାଗଣାରେ କୃଷି ଋଣ ମିଳୁଥିବା କହି ଗୋରୁମୋହିଷାଣୀ ଥାନା ଅଧିନସ୍ଥ ସୁଣ୍ଢଳ ଗ୍ରାମର ହିକେଇସାହି ଓ ତେଲେଇଝରି ଗ୍ରାମର ଲୋକଙ୍କୁ ଋଣ ନେବାକୁ ପ୍ରବର୍ତ୍ତାଇ ଥିଲେ।ଏଥିରେ ଭଳି ଯାଇ ସରଳ ଆଦିବାସୀ ଚାଷୀ, ଋଣ କରିବାକୁ ହଁ ଭରିଥିଲେ।

ପରେ ଋଣ ବାବଦରେ କିଛି ଜାଣି ନଥିବା ଚାଷୀଙ୍କ ଠାରୁ ଏମାନେ ଦସ୍ତଖତ ନେଇ ଟଙ୍କା ଉଠାଣ କରି ଜଣକା ପାଞ୍ଚ ହଜାର, ଦଶ ହଜାର ଟଙ୍କା ଲେଖାଏଁ ଦେଇ ବାକି ଟଙ୍କା ନେଇଯାଇଥିଲେ। ମାଗଣାରେ ଏତେ ଟଙ୍କା ମିଳୁଛି ବୋଲି ଭାବି ଚାଷୀ ବି ଚୁପ୍‌ ରହିଥିଲେ।

ସେପଟେ ହିତାଧିକାରୀ ଏ ବାବଦରେ ସମ୍ପୂର୍ଣ୍ଣ ଜାଣିବା ପରେ 2017 ଜୁଲାଇ 18 ତାରିଖରେ ଦୁଇ ଏଜେଣ୍ଟ ତଥା ମୁଖ୍ୟ ଅଭିଯୁକ୍ତ ଗୋପିନାଥ ମାହାଲି ଓ ରାମ ରଞ୍ଜନ ମାହାଲି ଚାଷୀଙ୍କୁ ନେଇ ଏକ ଏଗ୍ରିମେଣ୍ଟ କରିଥିଲେ। ଯେଉଁଥିରେ ଋଣ ଟଙ୍କାର 50 ପ୍ରତିଶତ ଟଙ୍କା ଦୁଇ ଏଜେଣ୍ଟ ପୈଠ କରିବେ ବୋଲି ଏଗ୍ରିମେଣ୍ଟ ହୋଇଥିଲା।

ଋଣ ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଦୁଇ ବ୍ୟାଙ୍କ ଏଜେଣ୍ଟ ଗିରଫ

ଅନ୍ୟପଟେ କୃଷି ଋଣ ପରିଶୋଧ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ ଯିବା ସହ ଚାଷୀଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଇଥିଲା। ଏନେଇ ଚାଷୀ ବ୍ୟାଙ୍କ ମ୍ୟାନେଜରଙ୍କୁ ସାକ୍ଷାତ କରି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇ ନଥିଲେ।

ଶେଷରେ ବାଧ୍ୟ ହୋଇ ରାଇରଙ୍ଗପୁର ଟାଉନ ଥାନାରେ ପାଞ୍ଚ ଜଣ ବ୍ୟାଙ୍କ ଏଜେଣ୍ଟଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପ୍ରାଥମିକ ତଦନ୍ତ କରି ଦୁଇ ଜଣ ଏଜେଣ୍ଟ ଯତୀନ ଟିପରିଆ ଓ ରାମ ରଞ୍ଜନ ମାହାଲିଙ୍କୁ ଗିରଫ କରିଥିବାବେଳେ ଅନ୍ୟ 3 ଅଭିଯୁକ୍ତ ଫେରାର ଅଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details