ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ବେଗୁନିଆ ଟୋଲଗେଟ ନିକଟରେ ଗୋ ମାଫିଆ ମାନେ ଦେବସେନା ଓ ବଜରଙ୍ଗ ଦଳ କର୍ମୀଙ୍କ ଉପରେ ଗୁଳିମାଡ଼ କରିଥିଲେ । ଏଥିରେ ୨ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି ।
ଗୁଳିମାଡ଼ ପରେ ଗୋ ମାଫିଆମାନେ ଫେରାର ହୋଇ ଯାଇଥିଲେ । ଗୁଳି ବାଜି ଆହତ ହୋଇଥିବା ଦୁଇ ଜଣ ଦୀପକ କୁମାର ସାହୁ ଓ ଗୁଡୁ ବେହେରାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଶିପୁର ଡାକ୍ତରଖାନା ଓ ପରେ ବାରିପଦା ପିଆରଏମ ସ୍ଥାନାନ୍ତର କରାଯାଇଥିଲା । ତେବେ ବର୍ତ୍ତମାନ ସୂଚନା ଅନୁଯାୟୀ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ଥିବା ଜଣାପଡିଛି । ଉକ୍ତ ଗୁଳିକାଣ୍ଡକୁ ନେଇ ରାଇରଙ୍ଗପୁର ASP ମନୋରଞ୍ଜନ ବିଶ୍ବାଳ ଓ କରଞ୍ଜିଆ SDPO ସୁଦର୍ଶନ ଗାଙ୍ଗୋଇଙ୍କ ନେତୃତ୍ବରେ ଯଶୀପୁର ଥାନା ପୋଲିସ, ବିଶୋଇ ଥାନା ପୋଲିସ ଓ ବାଦାମପାହାଡ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ ।