ବାରିପଦା: ଉଦଳା ରେଞ୍ଜ ଜାମୁଡିହା ଗ୍ରାମରେ ବନ ବିଭାଗର ଚଢ଼ାଉ ବେଳେ ବନକର୍ମଚାରୀ ଓ ଶିକାରୀ ମୁହାଁମୁହିଁ । ଶିକାରୀଙ୍କ ଆକ୍ରମଣରେ ବନବିଭାଗର ଗାଡି ଭାଙ୍ଗିବା ସହ ଚାରିଜଣ ବନକର୍ମଚାରୀ ଆହତ ହୋଇଛନ୍ତି । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଉଦଳା ରେଞ୍ଜ ଅଧିନ ଜାମୁଡିହା ଗ୍ରାମରେ ବନବିଭାଗ ଚଢାଉ କରିଥିଲା । ଚଢାଉ କରି ଦୁଇ ଜଣ ଶିକାରୀକୁ ଗିରଫ କରିବା ସହିତ ୬୦ କିଲୋରୁ ଅଧିକ ସମ୍ବର ମାଂସ ଏବଂ ଦୁଇ ଗୋଟି ବନ୍ଧୁକ ଜବତ କରି ବନବିଭାଗ ଫେରୁଥିବା ବେଳେ ଗାଁ ମୁଣ୍ଡରେ ବନକର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ ସ୍ଥାନୀୟ ବାସିନ୍ଦା ।
ବନକର୍ମଚାରୀଙ୍କୁ ଶିକାରୀଙ୍କ ଆକ୍ରମଣ, 4 ଆହତ - Four forest workers were injured
ଉଦଳା ରେଞ୍ଜ ଜାମୁଡିହା ଗ୍ରାମରେ ବନ ବିଭାଗର ଚଢ଼ାଉ ବେଳେ ବନକର୍ମଚାରୀ ଓ ଶିକାରୀ ମୁହାଁମୁହିଁ ।ଦୁଇ ଶିକାରୀଙ୍କୁ ଗିରଫ କରି ଫେରୁଥିବାବେଳେ ଆକ୍ରମଣ କଲେ ସ୍ଥାନୀୟ ଲୋକ । ଛଡାଇନେଲେ ସମସ୍ତ ଜବତ ସାମଗ୍ରୀ । ଅଧିକ ପଢନ୍ତୁ...

ଶିକାରୀ, ବନକର୍ମଚାରୀ ମୁହାଁମୁହିଁ; ଶିକାରୀ ଆକ୍ରମଣରେ 4 ବନ କର୍ମଚାରୀ ଆହତ
ଶିକାରୀ, ବନକର୍ମଚାରୀ ମୁହାଁମୁହିଁ; ଶିକାରୀ ଆକ୍ରମଣରେ 4 ବନ କର୍ମଚାରୀ ଆହତ
୨୦ ରୁ ଅଧିକ ସ୍ଥାନୀୟ ଲୋକେ ଆକ୍ରମଣ କରିବା ସହ ବନବିଭାଗ ଗାଡିରେ ଥିବା ଜବତ ମାଂସ, ଶିକାରୀ ଓ ବନ୍ଧୁକ ଛଡାଇ ନେଇଥିଲେ । ଶେଷରେ ବନବିଭାଗ ମାତ୍ର ୧୦ କିଲୋ ମାଂସ ଏବଂ ଗୋଟିଏ ବନ୍ଧୁକ, ଧନୁତୀର ଜବତ କରିବାରେ ସଫଳ ହୋଇଥିଲା ।ଏପଟେ ସ୍ଥାନୀୟ କୁଣ୍ଡାବାଇ ଫାଣ୍ଡିକୁ ଅବଗତ କରାଇବା ସହିତ କୌଶଳକ୍ରମେ ବନବିଭାଗ କର୍ମଚାରୀ ସେଠାରୁ ଖସି ପଳାଇ ଆସିଥିଲେ । ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ