ଓଡିଶା

odisha

ETV Bharat / state

ସଡକ ଦୁର୍ଘଟଣାରେ ଚାଲିଗଲା ବନ କର୍ମଚାରୀଙ୍କ ଜୀବନ - ମୟୂରଭଞ୍ଜ

ବାଙ୍ଗରିପୋଷୀ ଥାନା କଳାବାଡ଼ିଆ - ବାଙ୍ଗରିପୋଷୀ ରାସ୍ତାର ବେଗୁନଡିହା ନିକଟରେ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ବାରିପଦା ବନଖଣ୍ଡର ବନକର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଦୀର୍ଘଦିନ ହେବ ରାସ୍ତା କାମ ଚାଲୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

By

Published : Oct 3, 2019, 8:46 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ଥାନା କଳାବାଡ଼ିଆ-ବାଙ୍ଗରିପୋଷୀ ରାସ୍ତାରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ବାରିପଦା ବନଖଣ୍ଡ ଅଫିସରେ କାର୍ଯ୍ୟରତ ବନକର୍ମଚାରୀଙ୍କ ମୃତ । ବନକର୍ମଚାରୀ ଜଣଙ୍କ ହେଲେ ବାଙ୍ଗରିପୋଷୀ ଥାନା କୃଷ୍ଣପୁର ଗାଁର ବିକର୍ତ୍ତନ ଗିରି ।

ବେଗୁନଡିହା ନିକଟରେ ସଡକ ଦୁର୍ଘଟଣାରେ ବନ କର୍ମଚାରୀ ମୃତ-

ବିକର୍ତ୍ତନ ଗିରି ଆଜି ନିଜ ଗାଁରୁ ବାରିପଦା ଅଫିସକୁ କାର୍ଯ୍ୟରେ ଯୋଗ ଦେବାପାଇଁ ଆସୁଥିଲେ । ଏହି ସମୟରେ ବେଗୁନଡିହା ନିକଟରେ ରାସ୍ତା କାମରେ ଲାଗିଥିବା ଟ୍ରାକ୍ଟର ପଛରେ ପିଟି ହୋଇଯାଇଥିଲେ । ଦୁର୍ଘଟଣା ପରେ ବନକର୍ମଚାରୀ ଜଣଙ୍କୁ ପ୍ରଥମେ ବାଙ୍ଗରିପୋଷୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବନକର୍ମଚାରୀ ଜଣଙ୍କ ମୃତ୍ୟୁ ହୋଇଛି ।

ଦୀର୍ଘଦିନ ହେବ ରାସ୍ତା କାମ ଚାଲୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଥିସହ ତୁରନ୍ତ ରାସ୍ତା କାମ ସାରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

ମୟୂରଭଞ୍ଜରୁ ମୃତଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details