ମୟୁରଭଞ୍ଜ: ଜିଲ୍ଲା ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଵିଭିନ୍ନ ଦାବି ନେଇ ଶୁକ୍ରବାର ବାରିପଦା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରୁ 95 କମିଟିର ସଦସ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।
ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ଜଙ୍ଗଲ ଅଧିକାର ଆଇନ 2006 ସଂଶୋଧିତ ନିୟମାବଳୀ 2012 ଅନୁଯାୟୀ ଗୋଷ୍ଠୀ ଜଙ୍ଗଲ ସମ୍ବଳର ମାଲିକାନା ଓ ଅଧିକାର, ଜଙ୍ଗଲ ଅଧିକାର ଆଇନ 2006 ବଳରେ ଗ୍ରାମସଭାକୁ କ୍ଷମତା ପ୍ରଦାନ କରି ଜଳ, ଜମି ଜଙ୍ଗଲର ସୁରକ୍ଷା, ଉଜୁଡା ଜଙ୍ଗଲକୁ ଘଞ୍ଚ ଜଙ୍ଗଲରେ ପରିଣତ କରିଥିବା କମିଟିକୁ ଭିଏସ୍ଏସ୍ରେ ପରିବର୍ତ୍ତନ କରି ଫାଇଲିନ ଓ ସୁବର୍ଣ୍ଣରେଖା କେନାଲ ଦ୍ୱାରା କଟାଯାଇଥିବା କାଠର ଲାଭାଂଶ ଦେବାକୁ ଦାବି କରିଛି କମିଟି ।