ଓଡିଶା

odisha

ETV Bharat / state

ଜଙ୍ଗଲରୁ ଅସୁସ୍ଥ ଅବସ୍ଥାରେ ହାତୀ ଶାବକ ଉଦ୍ଧାର - ମୟୂରଭଞ୍ଜରେ ଅସୁସ୍ଥ ହାତୀଛୁଆ ଠାବ

ଜନ୍ମଗ୍ରହଣ କରିବା ପରେ ହାତୀ ଶାବକଟି ଅସୁସ୍ଥ ଥିବାରୁ ମୟୂରଭଞ୍ଜ ଜିଲ୍ଲା ବନବିଭାଗ ତାକୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

Forest department rescued Sick elephant cubs in Mayurbhanj
ମୟୂରଭଞ୍ଜରେ ଅସୁସ୍ଥ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର ହେଲା ହାତୀ ଶାବକ

By

Published : Feb 8, 2021, 6:35 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଅନ୍ତର୍ଗତ କଳାଟମକ ଟୁଙ୍ଗୁର ରିଜର୍ଭ ଜଙ୍ଗଲରେ ଏକ ଅସୁସ୍ଥ ହାତୀ ଶାବକକୁ ବନବିଭାଗ ଉଦ୍ଧାର କରିଛି । ଉକ୍ତ ହାତୀ ଶାବକଟିକୁ ମା' ହାତୀ ଛାଡ଼ି ଜଙ୍ଗଲ ମଧ୍ୟରେ ଚାଲିଯାଇଥିବାବେଳେ ଛୁଆହାତୀଟି ଚାଲି ପାରୁନଥିବାରୁ ତାକୁ ଉଦ୍ଧାର କରାଯାଇ ଚିକିତ୍ସିତ କରାଯାଉଛି ।

Forest department rescued Sick elephant cubs in Mayurbhanj

ହାତୀ ଶାବକକୁ ଛଅ ଟିକିଆ ହାତୀପଲ ଓ ମା' ହାତୀ ଜଙ୍ଗଲ ମଧ୍ୟରେ ଛାଡ଼ି ପଳାଇ ଯାଇଥିଲେ । ହାତୀ ଶାବକଟି ଅସୁସ୍ଥ ହୋଇପଡି ଚାଲି ନ ପାରିବାରୁ ସେଠାରେ ପଡ଼ି ରହିଥିଲା । ଖବର ପାଇ ବିଶୋଇ ବନବିଭାଗ ପକ୍ଷରୁ ଅସୁସ୍ଥ ହାତୀ ଶାବକର ଗତିବିଧି ଓ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିଲା । କିନ୍ତୁ ହାତୀ ଶାବକଟି ସେହି ସ୍ଥାନରେ ଅସୁସ୍ଥ ହୋଇ ପଡିରହିଥିବାରୁ ବିଶୋଇ ବନବିଭାଗ ପକ୍ଷରୁ ଶାବକଟିକୁ ଉଦ୍ଧାର କରାଯାଇ ବିଶୋଇ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା ।

ହାତୀ ଶାବକର ଚିକିତ୍ସା ନିମନ୍ତେ ଯୋଗାଯୋଗ ପରେ ବାରିପଦାରୁ ଏକ ଡାକ୍ତରୀ ଦଳ ସହିତ STRର ରେସ୍କ୍ୟୁ ଟିମ୍ ମଧ୍ୟ ବିଶୋଇ ରେଞ୍ଜ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ହାତୀ ଶାବକର ଚିକିତ୍ସା ଜାରି ରଖାଯାଇଛି । ସେପଟେ ରାଇରଙ୍ଗପୁର ACF ହାତୀ ଶାବକର ସ୍ବାସ୍ଥ୍ୟବସ୍ଥା ତଦାରଖ ପାଇଁ ବିଶୋଇ ରେଞ୍ଜ ଅଫିସ ପହଞ୍ଚିଥିବାବେଳେ ଖୁବଶୀଘ୍ର ହାତୀ ଶାବକଟି ସୁସ୍ଥ ହୋଇଯିବ ବୋଲି ବିଶୋଇ ରେଞ୍ଜର ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details