ଓଡିଶା

odisha

By

Published : Apr 3, 2023, 9:24 PM IST

ETV Bharat / state

ପୁଣି ଗାଁ ମୁହାଁ ବନ୍ୟଜନ୍ତୁ, କ୍ଷତାକ୍ତ ଅବସ୍ଥାରେ ହରିଣକୁ ଉଦ୍ଧାର କଲା ବନବିଭାଗ

ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ବନ୍ୟଜନ୍ତୁ । ଦୁଧିଆଣି ରେଞ୍ଜ ଅନ୍ତର୍ଗତ ପିଚୁଲି ଗାଁରେ କୁକୁର ପଲଙ୍କ କବଳରୁ ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ । କ୍ଷତାକ୍ତ ଅବସ୍ଥାରେ ହରିଣକୁ ବନବିଭାଗକୁ ହସ୍ତାନ୍ତର । ଅଧିକ ପଢ଼ନ୍ତୁ

କ୍ଷତାକ୍ତ ଅବସ୍ଥାରେ ହରିଣକୁ ଉଦ୍ଧାର କଲା ବନବିଭାଗ
କ୍ଷତାକ୍ତ ଅବସ୍ଥାରେ ହରିଣକୁ ଉଦ୍ଧାର କଲା ବନବିଭାଗ

କ୍ଷତାକ୍ତ ଅବସ୍ଥାରେ ହରିଣକୁ ଉଦ୍ଧାର କଲା ବନବିଭାଗ

ରାଇରଙ୍ଗପୁର: ପୁଣି ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଗାଁରୁ ଗୋଟିଏ ବଡ଼ ହରିଣକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କଲା ବନ ବିଭାଗ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ପିଚୁଲି ଗ୍ରାମରେ । ଦୁଧିଆଣି ରେଞ୍ଜ ଅନ୍ତର୍ଗତ ପିଚୁଲି ଗାଁରେ କୁକୁର ପଲ ଏକ ବିରାଟ ହରିଣକୁ ଗୋଡାଉ ଥିବା ବେଳେ ସ୍ଥାନୀୟ ଲୋକ ମାନେ ହରିଣଟିକୁ ଉଦ୍ଧାର କରିଥିଲେ ।

ଏହାପରେ ଗ୍ରାମବାସୀ ହରିଣ ଟିକୁ ବନବିଭାଗ କୁ ହସ୍ତାନ୍ତର କରିଥିଲେ । ତେବେ ହରିଣଟି କୁକୁର କାମୁଡ଼ାରେ ଆହତ ହେଇଥିବାର ଦୁଧିଆଣି ରେଞ୍ଜ ଅଫିସର ସୂଚନା ଦେଇଛନ୍ତି । ଆହତ ହରିଣକୁ କରଞ୍ଜିଆ ପଶୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣା ଯାଇଥିଲା । ତେବେ ହରିଣଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିବା ପରେ ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯିବ ବୋଲି ବନବିଭାଗ ଅଧିକାରୀଙ୍କ ପାଖରୁ ସୂଚନା ମିଳିଛି ।

ତେବେ ଗତ ଦୁଇ ଦିନ ତଳେ ଦୁଧିଆଣୀ ରେଞ୍ଜ ଜାମୁକେଶ୍ୱର୍ ବିଟ୍ ଅନ୍ତର୍ଗତ ଡକରାବେଡା ଗାଁ କୁ ଚାଲି ଆସିଥିଲା ଅନ୍ୟ ଏକ ହରିଣ । କୁକୁର ପଲ ଉକ୍ତ ହରିଣ ଟିକୁ କାମୁଡି କାମୁଡି କ୍ଷତାକ୍ତ କରି ଦେଇଥିଲେ। ପରେ ଆହତ ଥିବା ହରିଣଟି ମୃତ୍ୟୁ ବରଣ କରିଥିଲା । ବନବିଭାଗ କର୍ମଚାରୀ ମାନେ ହରିଣ କୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ରେ ପୋତି ଦେଇଥିଲେ । ତେବେ ଶିମିଳିପାଳ ଅଭୟାରଣ୍ୟରୁ କାହିଁକି ବାରମ୍ବାର ଗାଁ ମୁହାଁ ହେଉଛନ୍ତି ହରିଣ ତାହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ସେପଟେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଅବୈଧ ଶିକାର ଯୋଗୁଁ ଶିମିଳିପାଳ ଅଭୟାରଣ୍ୟର ବନ୍ୟଜନ୍ତୁମାନେ ଗାଁ ମୁହାଁ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ପୂର୍ବରୁ ଜଙ୍ଗଲରେ ନିଆଁ ଲାଗିଥିଲା ବେଳେ ମଧ୍ୟ ବନ୍ୟଜନ୍ତୁ ଗାଁ ମୁହାଁ ହୋଇଥିବାର ସୂଚନା ରହିଛି । କିଛି ଦିନ ପୂର୍ବରୁ ଅର୍ଥାତ୍ ଗତ ମାସ ଶିମିଳିପାଳ ଅଭୟାରଣ୍ୟରୁ ଏକ ହରିଣ ପଳେଇ ଆସି ଉଦଳା ଅଞ୍ଚଳର ୱାର୍ଡ଼ ନଂ ୧୨ରେ ଥିବା ଜନବସତିକୁ ପଶି ଆସିଥିଲା । ସ୍ଥାନୀୟ ଲୋକେ ସକାଳୁ ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ହରିଣଟିକୁ କୁକୁର ଗୋଡାଉଥିବା ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକେ ହରିଣକୁ ଉଦ୍ଧାର କରିବା ସହିତ ବନବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀମାନେ ସେଠାକୁ ଆସି ହରିଣକୁ ଉଦ୍ଧାର କରିଥିଲା । ପରେ ଉକ୍ତ ହରିଣଟିକୁ ଦେବକୁଣ୍ଡ ସ୍ଥିତ ଘଞ୍ଚ ଜଙ୍ଗଲ ମଧ୍ୟରେ ଛାଡ଼ି ଦେଇଥିଲା ବନବିଭାଗ ।

ABOUT THE AUTHOR

...view details