ବାରିପଦା: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଜାରି ରହିଛି ଲକଡାଉନ୍। ଏଭଳି ସ୍ଥିତିରେ ଚୋରା ମଦ ବେପାରୀ ଅଭିନବ ଉପାୟରେ ବିଦେଶୀ ମଦ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ମଦ ବ୍ୟବସାୟୀମାନେ ଝାରଖଣ୍ଡରୁ ଓଡିଶାକୁ ପନିପରିବା ଗାଡ଼ିରେ ଚାଲାଣ କରୁଛନ୍ତି ବିଦେଶୀ ମଦ ।
ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ରବିବାର ବିଳମ୍ବିତ ରାତିରେ ଜାମଶଳାଠାରେ ସୀମା ପାର ହୋଇ ଆସୁଥିବା ଏକ ପରିବା ବଝେଇ ପିକପ୍ ଭ୍ୟାନକୁ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡି ଭିତରୁ ବୋଇତାଲୁ ସହିତ ୪୨ ଲିଟର ୭୫୦ ଗ୍ରାମ ବିଦେଶୀ ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିଛି ପୋଲିସ।