ରାଇରଙ୍ଗପୁର: ରାଇରଙ୍ଗପୁର ଉପଖଣ୍ଡରେ ଚୋରାରେ ବିଦେଶୀ ମଦ ଚାଲାଣ ହେଉଥିବା ଖବର ପାଇ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଗୋରୁମହିଷାଣୀ ଥାନା ଅନ୍ତର୍ଗତ କାଲାଝରୀ ଗ୍ରାମ ନିକଟରେ ଜଣେ ବାଇକ ଚାଳକ ବିଦେଶୀ ମଦ ନେଇ ଯାଉଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ 36 ବୋତଲ ବିଦେଶୀ ମଦ ସହ ଏକ ବାଇକ ଜବତ କରାଯାଇଛି ।
ଅବକାରୀ ଚଢାଉ, ବିଦେଶୀ ମଦ ସହ ବାଇକ ଜବତ - ବିଦେଶୀ ମଦ ସହ ବାଇକ ଜବତ
ରାଇରଙ୍ଗପୁର ଉପଖଣ୍ଡରେ ଚୋରାରେ ବିଦେଶୀ ମଦ ଚାଲାଣ ହେଉଥିବା ଖବର ପାଇ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।

ବିଦେଶୀ ମଦ ସହ ବାଇକ ଜବତ
ଅବକାରୀ ଚଢାଉ: ବିଦେଶୀ ମଦ ସହ ବାଇକ ଜବତ
ତେବେ ଚୋରାରେ ମଦ ଚାଲାଣ କରୁଥିବା ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଯୁବକଙ୍କୁ ଧରିବା ପାଇଁ ଛାନଭିନ ଜାରି ରହିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ