ଓଡିଶା

odisha

ETV Bharat / state

ବିଜାତଳା ବ୍ଲକରେ ଜବର ଦଖଲ ଉଚ୍ଛେଦ

ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ଠାରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଦୋକାନ ଗୃହ ଓ ବାସଗୃହକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଅଧିକ ପଢନ୍ତୁ...

ବିଜାତଳା ବ୍ଲକରେ ଜବର ଦଖଲ ଉଚ୍ଛେଦ
ବିଜାତଳା ବ୍ଲକରେ ଜବର ଦଖଲ ଉଚ୍ଛେଦ

By

Published : Nov 27, 2020, 8:21 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ଠାରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଦୋକାନ ଗୃହ ଓ ବାସଗୃହକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଜବର ଦଖଲ ଯୋଗୁଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା ଓ ସ୍କୁଲ ସମ୍ମୁଖରେ ବଢିଚାଲିଛି ବିଭିନ୍ନ ପ୍ରକାର ଦୋକାନ ଗୃହ। ଫଳରେ ଟ୍ରାଫିକ ସମସ୍ୟା ଲାଗି ରହିବା ସହ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଥିଲା । ବିଜାତଳା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ବେଆଇନ ଜବର ଦଖଲ ଉପରେ ବାରମ୍ବାର ଅଭିଯୋଗ ପରେ, ପ୍ରଶାସନ ତରଫରୁ ବିଜାତଳା ଅଞ୍ଚଳରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜବର ଦଖଲ ଉଚ୍ଛେଦ କରାଯାଇଛି ।

ବିଜାତଳା ବ୍ଲକରେ ଜବର ଦଖଲ ଉଚ୍ଛେଦ

ବିଜାତଳା ତହସିଲଦାର ଲାଲଟେନ୍ଦୁ ସିଂଙ୍କ ନେତୃତ୍ୱରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରାଯାଇଥିବା ବେଳେ ଜେସିବି ମେସିନ ଦ୍ଵାରା ଡାକ୍ତରଖାନା ସମ୍ମୁଖ ଓ ପାର୍ଶ୍ଵରେ ଥିବା ବେଆଇନ ଦୋକାନ ଗୃହ ସବୁକୁ ଭଙ୍ଗିଦିଆଯାଇଛି। ଅପରପକ୍ଷେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି, ରାଇରଙ୍ଗପୁର ତହସିଲଦାର ଜଗତ ରଞ୍ଜନ ବେହେରା ଓ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ଶତପଥୀ ଉପସ୍ଥିତ ରହିଥିଲେ। ଏଥିସହିତ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରା ଯାଇଥିଲା। ପ୍ରଶାସନର ଏପରି ଜବର ଦଖଲ ଉଚ୍ଛେଦ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ରାଇରଙ୍ଗପୁରରୁ ସଂଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details