ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ନିଆରା ପ୍ରୟାସ, ପାଲା ମାଧ୍ୟମରେ କୋରୋନା ସତର୍କତା - ମୟୂରଭଞ୍ଜରେ କୋରୋନା ସତର୍କତା

କୋରୋନା ଭାଇରସକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏନେଇ ଏକ ନିଆରା ଢଙ୍ଗରେ ସଚେତନତା ବାର୍ତ୍ତା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଡିହିରାକୁଳ ଗ୍ରାମବାସୀ । ଡିହିରାକୁଳ ଗ୍ରାମରେ ଥିବା ରାଧାଗୋବିନ୍ଦ ସଂକୀର୍ତ୍ତନ ପାଲା ମଣ୍ଡଳୀ ପକ୍ଷରୁ ନିଆରା ଢଙ୍ଗରେ କରାଯାଇଛି ସଚେତନତା ।

mayurbhanj latest news, corona awareness in mayurbhanj, corona awareness, corona virus news, corona virus update, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଭାଇରସ ଅପଡେଟ, ମୟୂରଭଞ୍ଜରେ କୋରୋନା ସତର୍କତା, କୋରୋନା ସତର୍କତା
ମୟୂରଭଞ୍ଜରେ ନିଆରା ପ୍ରୟାସ, ପାଲା ମାଧ୍ୟମରେ କୋରୋନାରୁ ସତର୍କତା

By

Published : Mar 21, 2020, 5:26 PM IST

ବାରିପଦା: ସମସ୍ତଙ୍କୁ ଘାରିଛି କୋରୋନା ଭୟ । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ସଜାଗ । ତେବେ ଏହାକୁ ନେଇ ସାଧାରଣ ଜନତା ପୁରା ସଜାଗ ରହିଥିବା ବେଳେ ନିଆରା ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଡିହିରାକୁଳ ଗ୍ରାମବାସୀ ।

ମୟୂରଭଞ୍ଜରେ ନିଆରା ପ୍ରୟାସ, ପାଲା ମାଧ୍ୟମରେ କୋରୋନାରୁ ସତର୍କତା

କୋରୋନା ଭାଇରସକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏନେଇ ଏକ ନିଆରା ଢଙ୍ଗରେ ସଚେତନତା ବାର୍ତ୍ତା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଡିହିରାକୁଳ ଗ୍ରାମବାସୀ । ଡିହିରାକୁଳ ଗ୍ରାମରେ ଥିବା ରାଧାଗୋବିନ୍ଦ ସଂକୀର୍ତ୍ତନ ପାଲା ମଣ୍ଡଳୀ ପକ୍ଷରୁ ନିଆରା ଢଙ୍ଗରେ କରାଯାଇଛି ସଚେତନତା । ଶନିବାର ସକାଳ ସମୟରେ ପାଲା ମଣ୍ଡଳୀ ପକ୍ଷରୁ ପାଲା ବା ସଂକୀର୍ତ୍ତନ ଜରିଆରେ କୋରୋନା ସଚେତନତା ନେଇ ବାର୍ତ୍ତା ଦେଇଥିଲେ ।

ଏଥିସହ କୋରୋନାକୁ ଭୟ ନ କରି କୋରୋନାକୁ ପ୍ରତିରୋଧ କରିବା ପାଇଁ କ’ଣ କ’ଣ ସଚେତନତା ଅବଲମ୍ବନ କରାଯିବ ସେନେଇ ସଂକୀର୍ତ୍ତନ ଜରିଆରେ ଗୀତ ଗାଇ ଗ୍ରାମବାସୀଙ୍କୁ ସଚେତନ କରାଇଛନ୍ତି ପାଲା ମଣ୍ଡଳୀର ସଦସ୍ୟ । ଗ୍ରାମରେ ଲୋକମାନେ ଏହାକୁ ସୁନ୍ଦର ଭାବେ ଗ୍ରହଣ କରିଥିବା ବେଳେ କୋରୋନାରୁ ବଞ୍ଚିବା ପାଇଁ ହାତ, ମୁହଁ ଧୋଇବା ସହିତ କିଭଳି ମାର୍ଚ୍ଚ 22, ରବିବାର ହେବାକୁ ଥିବା ଜନତା କର୍ଫ୍ୟୁକୁ ପାଳନ କରିବେ ସେନେଇ ସଚେତନ କରାଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details