ଓଡିଶା

odisha

ETV Bharat / state

ବାରିପଦାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲା କଂଗ୍ରେସ ଟିମ - baripada visited by congress team news today

ମୟୂରଭଞ୍ଜରେ ବନ୍ୟାଞ୍ଚଳ ପରିଦର୍ଶନ କଲା କଂଗ୍ରେସ ଟିମ। ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବାରିପଦା ସହରର ତଳିଆ ଅଞ୍ଚଳରେ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ବନ୍ୟା ପୀଡିତଙ୍କୁ ଭେଟିଲେ କଂଗ୍ରେସର ବରିଷ୍ଠ ନେତା । ଅଧିକ ପଢନ୍ତୁ.....

ବାରିପଦାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲା କଂଗ୍ରେସ ଟିମ
ବାରିପଦାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲା କଂଗ୍ରେସ ଟିମ

By

Published : Sep 7, 2020, 7:53 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଞ୍ଚଳ ପରିଦର୍ଶନ କରିଛି କଂଗ୍ରେସ ପ୍ରତିନିଧି ଦଳ । ଏହ ଗସ୍ତ ସମୟରେ କଂଗ୍ରେସ ନେତାମାନେ ବନ୍ୟା କ୍ଷତିଗ୍ରସ୍ତଙ୍କ ସହ ମିଶି ଆଲୋଚନା କରିଛନ୍ତି । ବନ୍ୟା ବିପନ୍ନଙ୍କୁ ସରକାର ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।

ବାରିପଦାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲା କଂଗ୍ରେସ ଟିମ

ଅଲ ଇଣ୍ଡିଆ କଂଗ୍ରେସ କମିଟି ତଥା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ ସହ ବନ୍ୟା ପୀଡ଼ିତଙ୍କୁ ଭେଟିଛନ୍ତି । ସୋମବାର କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ତାରାପ୍ରସାଦ ବାହିନୀପତି, କଂଗ୍ରେସ ଯୁବ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ କଂଗ୍ରେସ ସାଂସଦ ସୁଶୀଳା ତିରିଆଙ୍କ ସହ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ବାରିପଦା ସହରସ୍ଥିତ ମଧୁବନର ତଳିଆରେ ଗତ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ ବାରିପଦା ସହରକୁ ବୁଢ଼ାବଳଙ୍ଗ ନଦୀର ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ବର୍ତମାନ ସୁଦ୍ଧା ଏହା ନିର୍ମାଣ ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ବରିଷ୍ଠ କଂଗ୍ରେସ ନେତାଗଣ ।

ଅନ୍ୟପକ୍ଷରେ ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଢ଼ାବଳଙ୍ଗ ନଦୀରେ ଆଡିବନ୍ଧ ନିର୍ମାଣ ନ କଲେ ଲୋକ ଏହାର ଜବାବ ଦେବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀପତି । ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ କଂଗ୍ରେସ ନେତାମାନେ ଜିଲ୍ଲାପାଳଙ୍କ ଆଲୋଚନା କରିବା ସହ ଆଡିବନ୍ଧ ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details