ଓଡିଶା

odisha

ETV Bharat / state

ପାଟପୁରରେ ଅଗ୍ନିଶମ ସେବା କେନ୍ଦ୍ର ଉଦଘାଟିତ

ମୋରଡା ବ୍ଲକ ପାଟପୁରରେ ତିଆରି ହେଲା ଅଗ୍ନିଶମ ବାହିନୀର ନିଜସ୍ବ ଗୃହ । ଡିଜି ବିଜୟ କୁମାର ଶର୍ମା ଏହାର ଉଦଘାଟନ କରି ରାଜ୍ୟ ଅଗ୍ନିଶମର ଭାଗୀଦାରୀ ଓ ନିସ୍ବାର୍ଥ ଓ ନିଷ୍ଠାପର ସେବାକୁ ପ୍ରଶଂସା କରିଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ମୟୂରଭଞ୍ଜ

By

Published : Jul 14, 2019, 4:41 PM IST

ବାରିପଦା: ବହୁ ଦିନର ପ୍ରତିକ୍ଷା ପରେ ମୋରଡା ବ୍ଲକ ପାଟପୁରରେ ହେଲା ଅଗ୍ନିଶମ ସେବା କେନ୍ଦ୍ରର ନିଜସ୍ବ ଅଫିସ । ଡିଜି ବିଜୟ କୁମାର ଶର୍ମା ଓ ମୋରଡା ବିଧାୟକ ରାଜକିଶୋର ଦାସ ଏହି ଉଦଘାଟନ ଉତ୍ସବରେ ଗୃହକୁ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ମୟୂରଭଞ୍ଜ

ପୂର୍ବରୁ ଏଠାରେ ଅଗ୍ନିଶମ ସେବା କେନ୍ଦ୍ର ନ ଥିବାରୁ ହଲଦୀପାଳ ଗ୍ରାମପଞ୍ଚାୟତରେ ରହି ସେବା ଯୋଗେଇ ଆସୁଥିଲା ବିଭାଗ । ଉଦଘାଟନ ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡିଜି, ମୋରଡା ବିଧାୟକ ଓ ମୋରଡା ବ୍ଲକ ଅଧ୍ୟକ୍ଷ ସାଲତୀ ମୁର୍ମୁ ଯୋଗ ଦେଇଥିଲେ ।

‘ଦମକଳ ବାହିନୀ ବାବଦରେ ଲୋକଙ୍କ ମନରେ ଥିବା ଧାରଣାରେ ପରିବର୍ତ୍ତନର ସମୟ ଆସିଛି । ବାତ୍ୟା, ବନ୍ୟା, ଦୁର୍ଘଟଣାକୁ ସମ୍ମୁଖୀନ କରିବା ସହିତ ଏହାର ମୁକାବିଲାରେ ଓଡିଶା ଅଗ୍ନିଶମ ସେବା ତାର ପାରଦର୍ଶିତା ବଜାୟ ରଖିଛି । ଅତ୍ୟନ୍ତ ନିଷ୍ଠାର ସହିତ କାର୍ଯ୍ୟ କରି ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି ବୋଲି ଡିଜି କହିଛନ୍ତି ।’

ଏ ନେଇ ମୋରଡା ବିଧାୟକ ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କେରଳ ବନ୍ୟାରେ ଓଡିଶା ଅଗ୍ନିଶମ ର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ମେଘାଳୟ ଭଳି ବିଭିନ୍ନ ସ୍ଥାନରେ ଭଲ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଓଡିଶା ଅଗ୍ନିଶମ ବାହିନୀ ।ଏବେ ସମୟ ଆସିଛି ଏମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଉତ୍ସାହିତ କରିବା ଏବଂ ସହଯୋଗ କରିବା ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details