ଓଡିଶା

odisha

ETV Bharat / state

ରାଇରଙ୍ଗପୁରରେ ଭୟାବହ ଅଗ୍ନିକାଣ୍ଡ, କୋଟିଏ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ

By

Published : Oct 15, 2020, 7:42 AM IST

Updated : Oct 15, 2020, 8:28 AM IST

ରାଇରଙ୍ଗପୁରରେ ଭୟାବହ ଅଗ୍ନିକାଣ୍ଡ
ରାଇରଙ୍ଗପୁରରେ ଭୟାବହ ଅଗ୍ନିକାଣ୍ଡ

07:33 October 15

ରାଇରଙ୍ଗପୁରରେ ଭୟାବହ ଅଗ୍ନିକାଣ୍ଡ । 5 ଦୋକାନ ପୋଡି ପାଉଁଶ ।

ରାଇରଙ୍ଗପୁରରେ ଭୟାବହ ଅଗ୍ନିକାଣ୍ଡ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ମୁଖ୍ୟ ଗୋଲେଇ ନିକଟରେ ଭୟାବହ ଅଗ୍ନିକାଣ୍ଡ। ଫ୍ରେଣ୍ଡସ୍‌ କର୍ଣ୍ଣର ମାର୍କେଟ କମ୍ପ୍ଲେକ୍ସର ପାଞ୍ଚଟି ଦୋକାନରେ ନିଆଁ । କୋଟିଏ ଟଙ୍କାରୁ ଅଧିକ ସମ୍ପତ୍ତି ପୋଡି ପାଉଁଶ ।

ରାତି ପାଖାପାଖି 3ଟାରୁ ନିଆଁ ଲାଗିଥିବା ସୂଚନା । ଅଗ୍ନିଶମ ବାହିନୀର 10ଟି ଗାଡି ପହଞ୍ଚି ନିଆଁକୁ କରୁଛନ୍ତି ଆୟତ୍ତ ।  ଫ୍ରେଣ୍ଡସ୍‌ କର୍ଣ୍ଣର ମାର୍କେଟ କମ୍ପ୍ଲେକ୍ସର ଫ୍ରେଣ୍ଡସ କର୍ଣ୍ଣର, ଫ୍ରେଣ୍ଡସ ଆମପୋରିଅମ, ଫ୍ରେଣ୍ଡସ ଡିପାର୍ଟମେଣ୍ଟାଲ, ଫ୍ରେଣ୍ଡସ ୟୁଟିଲିଟି, ଫ୍ରେଣ୍ଡସ ଗାରମେଣ୍ଟ୍ସରେ ନିଆଁ ଲାଗିଛି ।  

5 ଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାସ୍ତ ବନ୍ଦ କରିବା ସହ ପାଖ ଦୋକାନକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ।  ସେହିପରି ନିକଟରେ ଏକ ପେଟ୍ରୋଲ ପମ୍ପ ରହିଥିବାରୁ ବିପଦକୁ ଏଡାଇବା ପାଇଁ ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି ।  ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।  

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Oct 15, 2020, 8:28 AM IST

ABOUT THE AUTHOR

...view details