ଓଡିଶା

odisha

By

Published : Jul 12, 2020, 3:58 PM IST

Updated : Jul 12, 2020, 4:07 PM IST

ETV Bharat / state

ଗଢ ଗ୍ରାମରେ ଅଗ୍ନିକାଣ୍ଡ: ତିନି ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ରାଇରଙ୍ଗପୁର ଟାଉନ ଥାନା ଅଧୀନ ଗଢ ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଛି । ଅଧିକ ପଢନ୍ତୁ...

ଗଢ ଗ୍ରାମରେ ଅଗ୍ନିକାଣ୍ଡ: ତିନି ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ
ଗଢ ଗ୍ରାମରେ ଅଗ୍ନିକାଣ୍ଡ: ତିନି ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ରାଇରଙ୍ଗପୁର: ରାଇରଙ୍ଗପୁର ଟାଉନ ଥାନା ଅଧୀନ ୱାର୍ଡ଼ ନଂ ୭ ଗଢରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଛି । ରାଇରଙ୍ଗପୁର ଟାଉନଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚିବା ବେଳକୁ ସମସ୍ତ ଜିନିଷପତ୍ର ପୋଡି ନଷ୍ଟ ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ଗଢ ଗ୍ରାମରେ ଅଗ୍ନିକାଣ୍ଡ: ତିନି ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ଘରେ କେହି ନ ଥିବା ସମୟରେ ଗଢ ଗ୍ରାମରେ ଥିବା ବିଭୁ ନାଏକ, ଶଙ୍କର ନାଏକ ଓ ପିଙ୍କି ନାଏକଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ହୁତୁହୁତୁ ହୋଇ ଚାଳଘର ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ରାଇରଙ୍ଗପୁର ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଖବର‌ ପାଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନିଆଁ କୁ ଆୟତ୍ତ କଲା ବେଳକୁ ଘରେ ଥିବା ସମସ୍ତ ଆସବାବ ପତ୍ର, ଚାଉଳ, ଟଙ୍କା ପଇସା ସବୁ ପୋଡ଼ି ଛାରଖାର ହୋଇ ଯାଇଥିଲା । ପରିବାରର ସଦସ୍ୟମାନେ ଘରେ ନ ଥିବା ଯୋଗୁଁ ଏପରି ଭୟାବହ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି । ତିନୋଟି ପରିବାର ଅତି ଗରିବ ଖଟିଖିଆ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Jul 12, 2020, 4:07 PM IST

ABOUT THE AUTHOR

...view details