ରାଇରଙ୍ଗପୁର: ପୁଣି ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଯୁବକ ଗିରଫ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲଗାଉଥିବା ଅଭିଯୋଗରେ ଗତକାଲି ଜଣେ ଯୁବକକୁ ବନବିଭାଗ ଗିରଫ କରିଥିବାବେଳେ ଆଜି ମଧ୍ୟ ନିଆଁ ଲଗାଇବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ବନବିଭାଗ ।
ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଯୁବକ ଗିରଫ - mayurbhanj fire arrested by police
ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲଗାଉଥିବା ଅଭିଯୋଗରେ ଗତକାଲି ଜଣେ ଯୁବକକୁ ବନବିଭାଗ ଗିରଫ କରିଥିବାବେଳେ ଆଜି ମଧ୍ୟ ନିଆଁ ଲଗାଇବା ଅଭିଯୋଗରେ ଆଉ ଜଣେ ଯୁବକକୁ ଗିରଫ କରିଛି କରଞ୍ଜିଆ ବନବିଭାଗ । ଅଧିକ ପଢନ୍ତୁ...
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଅଧିନସ୍ଥ ଗୁଡିଡିହା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ବେଳେ ଜଣେ ଯୁବକକୁ ଗିରଫ କରିଛି ବନବିଭାଗ। ଗିରଫ ଯୁବକ ଜଣକ କରଞ୍ଜିଆ ଥାନା ଖଡିକୁଦର ଗ୍ରାମର ସାଲୁ ତିୟୁ ବୋଲି ଦୁଧିଆଣି ରେଞ୍ଜର ସୂଚନା ଦେଇଛନ୍ତି। ତେବେ ଯୁବକ ଜଣକ ଠେକୁଆ ଶିକାର କରିବା ପାଇଁ ୨୨ଟି ୪୧୫ ଫୁଟ ଫାସ ନେଇ ଜଙ୍ଗଲକୁ ଯାଇ ସେଠାରେ ନିଆଁ ମଧ୍ୟ ଲଗାଇଥିଲେ। ଫାସ ସବୁକୁ ଜବତ କରିବା ସହିତ ଯୁବକକୁ ଗିରଫ କରି ପଚରାଉଚରା ଜାରି ରଖିଛି ବନବିଭାଗ ଓ ଏଥିରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେ ନେଇ ଛାନଭିନ ଜାରି ରଖିଛି ବନବିଭାଗ। ସେପଟେ ସଚେତନତାର ଅଭାବ ଯୋଗୁଁ ସ୍ଥାନୀୟ ଲୋକେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲଗାଉଥିବା ଜଣାପଡିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ