ରାଇରଙ୍ଗପୁର: ଲିଭୁନି ଶିମିଳିପାଳ ନିଆଁ । ଆଜି ଉତ୍ତର ଶିମିଳିପାଳର 18 ଟି ସ୍ଥାନକୁ ବ୍ୟାପିଛି ଅଗ୍ନିକାଣ୍ଡ । ଉତ୍ତର ଡିଭିଜନର 5ଟି ରେଞ୍ଜ ଅଧୀନସ୍ଥ ଜଙ୍ଗଲ ଜଳୁଛି । ତାଳବନ୍ଧ ରେଞ୍ଜର 4ଟି, କେନ୍ଦୁମୁଣ୍ଡି ରେଞ୍ଜର 6ଟି ଗୁରୁଗୁଡିଆ ରେଞ୍ଜର 4ଟି ବରେହିପାଣି ରେଞ୍ଜରେ 3ଟି, ନଅଣା ରେଞ୍ଜରେ ଗୋଟିଏ ସ୍ଥାନରେ ନିଆଁ ଲାଗିଛି ।
ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ନିଆଁ ଲାଗୁଥିଲେ ମଧ୍ୟ ସମ୍ପର୍ଣ୍ଣ ତଥ୍ୟ ମିଳିପାରୁନାହିଁ । ଆଜି ନିଆଁ ଲିଭାଇବା କାର୍ଯ୍ୟରେ 6ଟି ଅଗ୍ନିଶମ ଟିମ ନିୟୋଜିତ ଥିବା ବେଳେ 1100 ରୁ ଊର୍ଦ୍ଧ୍ବ ବନ ସୁରକ୍ଷାକର୍ମୀ ଏବଂ ବନକର୍ମଚାରୀ ନିୟୋଜିତ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।