ଓଡିଶା

odisha

ETV Bharat / state

କୁହୁଳୁଛି ଶିମିଳିପାଳ ନିଆଁ, ତତଲା ତାୱାରେ ବାରିପଦା - Similipal Forest fires

ଦେଶର ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର ପାଲଟିଲାଣି ବାରିପଦା । ଏପଟେ ଶିମିଳିପାଳରେ ବନାଗ୍ନି ପୁଣି କାୟା ମେଲାଇଲାଣି । ଅଧିକ ପଢନ୍ତୁ...

କୁହୁଳୁଛି ଶିମିଳିପାଳ ନିଆଁ ,  ତତଲା ତାୱାରେ ବାରିପଦା
କୁହୁଳୁଛି ଶିମିଳିପାଳ ନିଆଁ , ତତଲା ତାୱାରେ ବାରିପଦା

By

Published : Apr 3, 2021, 10:00 PM IST

ରାଇରଙ୍ଗପୁର: ପୁଣି ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଶୁକ୍ରବାର ଶିମିଳିପାଳର ବିଭିନ୍ନ ରେଞ୍ଜର ୫୨ଟି ସ୍ଥାନରେ ନିଆଁ ଲାଗିଥିବାବେଳେ ଆଜି ବି ବହୁ ସ୍ଥାନ ଜଳିଥିବା ସୂଚନା ମିଳିଛି ।

କୁହୁଳୁଛି ଶିମିଳିପାଳ ନିଆଁ , ତତଲା ତାୱାରେ ବାରିପଦା

ତେବେ ବର୍ତ୍ତମାନ ସୁଦ୍ଧା ଉତ୍ତର ଶିମିଳିପାଳ ଜୋନର ୧୦ଟି ସ୍ଥାନରେ ନିଆଁ ଲାଗିଥିବା ରିପୋର୍ଟ ଆସିଛି । ବହୁ ସ୍ଥାନରେ ନିଆଁ ଲାଗିଥିବା ଯୋଗୁଁ ପରିବେଶ ଧୂଆଁମୟ ହୋଇଯାଇଛି । ସେହିପରି ଗତକିଛି ଦିନ ହେବ ଯେପରି ଭାବେ ପ୍ରଚଣ୍ଡ ଗରମ ଅନୁଭୂତି ହେଉଛି ଏହାର ଗୋଟିଏ କାରଣ ଜଙ୍ଗଲ ନିଆଁ ବୋଲି ଅନୁମାନ କରୁଛନ୍ତି ପରିବେଶବିତ । ଦେଶର ଉତ୍ତପ୍ତ ସହର ଭାବେ ବାରିପଦା ଦ୍ବିତୀୟରେ ଥିବା ବେଳେ ଏହାର କାରଣ ହେଉଛି ଶିମିଳିପାଳ ଜଙ୍ଗଲ ନିଆଁ । ଶନିବାର ଶିମିଳିପାଳ ଅଭୟାରଣ୍ୟ ର ନଅଣା ରେଞ୍ଜ ର ପଣ୍ଡାବନ୍ଧା, ଚମ୍ପାପୁଲିଆ, କଂପାଟମେଣ୍ଟ ୧୫ର ବହୁ ଜାଗାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ।

ସେହିପରି ବରେହିପାଣି, ଚୋହଲା, ଗୁରୁଗୁଡ଼ିଆ ଏବଂ କେନ୍ଦୁମୁଣ୍ଡି ରେଞ୍ଜର ବହୁ ସ୍ଥାନରେ ନିଆଁ ଲାଗିଛି । ଗତ କିଛି ଦିନ ହେବ ଓଡ୍ରାଫ ଟିମ୍ ସହିତ ଅଗ୍ନିଶମ ବାହୀନି, ବନବିଭାଗର ଏକ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ମୁତୟନ ଥିଲେ ବି ନିଆଁକୁ ଆୟତ୍ତ କରି ପାରୁନାହାଁନ୍ତି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ କାଠଗଣ୍ଡି ସବୁ ଜଳୁଥିବା ଦେଖିବାକୁ ମିଳିଥିଲା ।

ତେବେ ଲୋକେ ଏ ନିଆଁକୁ ଲଗାଉଥିବାରୁ ଦିନକୁ ଦିନ ସ୍ଥିତି ଅଣାୟତ୍ତ ହେଉଛି । ବନବିଭାଗ ଲୋକଙ୍କୁ ସଚେତନତା କରୁ ନଥିବା ଯୋଗୁଁ ନିଆଁ ମାଡୁଥିବା ଅଭିଯୋଗ ହୋଇଛି । ତେବେ କୋର ଅଞ୍ଚଳରେ କୌଣସି ଜନବସତି ନ ଥିବା ସାଙ୍ଗକୁ ଏହା ସାଧାରଣ ଜନତାଙ୍କ ନିମନ୍ତେ ନିଷିଦ୍ଧାଞ୍ଚଳ ହୋଇଥିଲେ ବି ଏଠାରେ ନିଆଁ କିଏ ଲଗାଉଛି , ତାହା ଏବେ ପ୍ରଶ୍ନ ଉଠିଛି । ଏଥିସହ ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା ନିଆଁ ଗୋଟାଏ ପରେ ଗୋଟାଏ ଅଞ୍ଚଳକୁ ବ୍ୟାପିବା ଘଟଣା ବନ ବିଭାଗର ପାରିବା ପଣିଆ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details