ଓଡିଶା

odisha

ETV Bharat / state

ଶିମିଳିପାଳ ଅଭୟାରଣ୍ୟରେ ବ୍ୟାପୁଛି ନିଆଁ - ଶିମିଳିପାଳ ଅଭୟାରଣ୍ୟରେ ବ୍ୟାପୁଛି ନିଆଁ

ଆଜି ଶିମିଳିପାଳ ଅଭୟାରଣ୍ୟ ର ୭୨ ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଉତ୍ତର ଶିମିଳିପାଳରେ ୩୪ଟି ପଏଣ୍ଟରେ ନିଆଁ ଲାଗିଛି। ଏଥିସହ ଦକ୍ଷିଣ ଶିମିଳିପାଳ ରେ ୩୮ ଟି ପଏଣ୍ଟରେ ଲାଗିଛି ନିଆଁ। ଅଧିକ ପଢନ୍ତୁ

shimilipal sanctuary
shimilipal sanctuary

By

Published : Mar 9, 2023, 9:23 PM IST

shimilipal sanctuary

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ବ୍ୟାପୁଛି ନିଆଁ । ଆଜି ଶିମିଳିପାଳରେ ୭୨ ପଏଣ୍ଟରେ ନିଆଁ ଲାଗିଛି । ଉତ୍ତର ଶିମିଳିପାଳର କାଳିଆଣି, କେନ୍ଦୁମୁଣ୍ଡି ଓ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ୩୪ ପଏଣ୍ଟ ଏବଂ ଦକ୍ଷିଣ ଶିମିଳିପାଳରେ ୩୮ ଟି ପଏଣ୍ଟ ରେ ଲାଗିଛି ନିଆଁ। ତେବେ କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହେଲାଣି , ଗୋଟିଏ ପାହାଡ ରୁ ଅନ୍ୟ ପାହାଡ କୁ ନିଆଁ ବ୍ୟାପିବାରେ ଲାଗିଛି । ବନବିଭାଗ ନିଆଁ କୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ବି କୌଣସି ସୁଫଳ ମିଳି ପାରିନାହିଁ।

ତେବେ ନିଆଁ ଲାଗିବା ଦ୍ଵାରା ଚାରି ଆଡ଼େ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ଯାହା ଫଳରେ ନିଆଁ ଲିଭାଇବା ପାଇଁ ନାକେଦମ ହେଉଛନ୍ତି ବନବିଭାଗ କର୍ମଚାରୀ । ଶିମିଳିପାଳର ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଯୋଗୁଁ ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ଧୂଆଁମୟ ହୋଇଯାଇଛି । ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ବିପଦରେ ଥିବା ବେଳେ କିଛି ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ର ନଜର ରହିଛି । ସେହିପରି ନିଆଁ ଲାଗି ଅନେକ ମୂଲ୍ୟବାନ ଔଷଧୀୟ ଗଛ ଜଳି ପୋଡି ନଷ୍ଟ ହୋଇ ଯାଇଛି ।

ସେପଟେ ନିଆଁ ଲିଭାଇବା ପାଇଁ ବନବିଭାଗର କର୍ମଚାରୀମାନେ ନିୟୋଜିତ ଥିଲେ ବି ନିଆଁ କୁ ଆୟତ୍ତ କରି ପାରୁ ନାହାଁନ୍ତି । ଶିମିଳିପାଳ ମଧ୍ୟରେ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ କରା ଯାଇଥିଲେ ମଧ୍ୟ ଏ ମନୁଷ୍ୟ କୃତ ନିଆଁ ଲିଭାଇ ପାରୁନି ବନବିଭାଗ। ତେବେ ସମନ୍ୱୟର ଅଭାବ ରହିଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ବିଗତ ବର୍ଷରେ ଶିମିଳିପାଳ ରେ ନିଆଁ ଲାଗିଲେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ କୁ ନିୟୋଜିତ କରିଥାନ୍ତି କିନ୍ତୁ ଏପର୍ଯ୍ୟନ୍ତ କାହିଁକି ନିୟୋଜିତ କରାଯାଉ ନାହଁ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି ।

ଏଥିସହ ଶିମିଳିପାଳ ଅଭୟାରଣ୍ୟ ର ସୁରକ୍ଷା ଏବଂ ସଚେତନତା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଏହାର ସୁରକ୍ଷା ତ ଦୂରର କଥା ଲାଗି ଥିବା ନିଆଁ କୁ ବର୍ତ୍ତମାନ ସୁଦ୍ଧା ଆୟତ୍ତ ମଧ୍ୟ କରାଯାଇ ନଥିବା ବେଳେ ଏ ସମ୍ପର୍କରେ ଶିମିଳିପାଳ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ କେବେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା କାର୍ଯ୍ୟ ଶେଷ ହେଉଛି ନା ଭଗବାନ ଙ୍କ ଭରସାରେ ଛାଡି ଦେଇଛି ବନବିଭାଗ ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details