ଓଡିଶା

odisha

ETV Bharat / state

ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର 4 ସଦସ୍ୟ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅନ୍ତର୍ଗତ ଫଳଝରୀ ଗାଁରେ । ଅଧିକ ପଢନ୍ତୁ...

By

Published : Jul 9, 2021, 4:23 PM IST

ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

ବାରିପଦା: ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର 4 ସଦସ୍ୟ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅନ୍ତର୍ଗତ ଫଳଝରୀ ଗାଁରେ । ଗତ ରାତିରେ ଗାଁରେ ହାତୀ ପଶି ଘର ଭଙ୍ଗାରୁଜା କରିଥିଲା । ଗାଁର ସୁରେଇ ମୁର୍ମୁଙ୍କ ଘରୁ ହାତୀଟି ନଡ଼ା ସବୁ ଟାଣି ତଳେ ପକାଇ ଦେଇଥିଲା । ତେବେ ଏହି ନଡ଼ା ସବୁ ଘର ସମ୍ମୁଖରେ ଥିବା ଅଧା ଲିଭା ଚୁଲିରେ ପଡ଼ିଯାଇଥିଲା । ସେଥିରେ ନିଆଁ ଲାଗିଯିବାରୁ ତାହା ଧିରେଧିରେ ଘରକୁ ମଧ୍ୟ ମାଡି ଯାଇଥିଲା ।

ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

ଘର ଭିତରେ ହାତୀ ଭୟରେ ଜୀବନ ବଞ୍ଚାଇ ଲୁଚିଥିବା ପରିବାରର ଚାରି ସଦସ୍ୟ କବାଟ ଖୋଲି ବାହାରିବାକୁ ଚେଷ୍ଟା କରିଥିଲେ । ହେଲେ ଘର ସମ୍ମୁଖରେ ହାତୀ ଥିବାରୁ ସେମାନେ ବାହାରକୁ ବାହାରି ପାରି ନଥିଲେ । ପଛପଟ ଝରକା ତାଡି ସମସ୍ତେ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।

ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

ହାତୀ ଯୋଗୁଁ ସୁରେଶ ମୁର୍ମୁଙ୍କ ଦୁଇ ବଖରା ଘର ଏବଂ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଛି । ଗତ କିଛି ଦିନ ହେଲା ବେତନଟୀ ରେଞ୍ଜର ବିଭିନ୍ନ ଗାଁରେ ହାତୀ ଉପଦ୍ରବ ଲାଗି ରହିଛି । ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details