ଓଡିଶା

odisha

ETV Bharat / state

ଅଗ୍ନିକାଣ୍ଡରେ ଜଳିଗଲା 3 ଭାଇଙ୍କ 8 ବଖରା ଘର, ସର୍ଟସର୍କିଟ ଅନୁମାନ - ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ବାଘିଆ ଗ୍ରାମରେ ସର୍ଟ ସର୍କିଟରୁ ଜଳିଗଲା 3 ଭାଇଙ୍କ 8 ବଖରା ଘର । କ୍ଷତିଗ୍ରସ୍ତଙ୍କୁ ସହାୟତାର ହାତ ବଢାଇଲା ସ୍ଥାନୀୟ ପ୍ରଶାସନ । ଅଧିକ ପଢନ୍ତୁ...

ଅଗ୍ନିକାଣ୍ଡରେ ଜଳିଗଲା 3 ଭାଇଙ୍କ 8 ବଖରା ଘର
ଅଗ୍ନିକାଣ୍ଡରେ ଜଳିଗଲା 3 ଭାଇଙ୍କ 8 ବଖରା ଘର

By

Published : Mar 4, 2021, 3:29 PM IST

Updated : Mar 4, 2021, 3:37 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ବାଘିଆ ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ । ଏଥିରେ 8 ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଗ୍ରାମ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ଥଇଥାନ କରାଯାଇଛି । ବିଦ୍ୟୁତ୍ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଅଗ୍ନିକାଣ୍ଡରେ ଜଳିଗଲା 3 ଭାଇଙ୍କ 8 ବଖରା ଘର, ସର୍ଟସର୍କିଟ ଅନୁମାନ

ସୂଚନା ଅନୁଯାୟୀ ଆଜି(ଗୁରୁବାର) ବାଘିଆ ଗ୍ରାମର ତିନି ଭାଇ ରାମ ପୂର୍ତ୍ତି, ରଥ ପୂର୍ତ୍ତି ଓ ମଙ୍ଗୁଳୁ ପୂର୍ତ୍ତିଙ୍କ ଘରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ 8 ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ରାମ, ରଥ ଏବଂ ମଙ୍ଗୁଳୁ ଘରେ ରଖିଥିବା ଟଙ୍କା, ପାଖାପାଖି 35 କୁଇଣ୍ଟାଲ ଧାନ, ଦରକାରୀ ସାର୍ଟିଫିକେଟ ନଷ୍ଟ ହୋଇଯାଇଥିବା ଜଣାପଡିଛି ।

ସ୍ଥାନୀୟ ଆରଆଇ ଓ ତହସିଲଦାର ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ଗାଁ ସ୍କୁଲରେ ରହିବା ବ୍ୟବସ୍ଥା କରିବା ସହ ସ୍ଥାନୀୟ ସରପଞ୍ଚ ମଧ୍ୟ ଚାଉଳ ଏବଂ ପନିପରିବା ଯୋଗାଇଦେଇଛନ୍ତି । ତେବେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Mar 4, 2021, 3:37 PM IST

ABOUT THE AUTHOR

...view details