ରାଇରଙ୍ଗପୁର: ଜଳିଗଲା ଚଳନ୍ତା ମାରୁତି ଭ୍ୟାନ। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ନିଶ୍ଚିନ୍ତପୁର ଗ୍ରାମ ନିକଟରେ ।
ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର ସୂଚନା ଅନୁଯାୟୀ, ସୋମବାର ଏକ ମାରୁତି ଭ୍ୟାନରେ ପାଞ୍ଚ ଜଣ ଯାଉଥିବା ସମୟରେ କୌଣସି କାରଣରୁ ଚଳନ୍ତା ଭ୍ୟାନରେ ନିଆଁ ଲାଗି ଯାଇଥିଲା । ଗାଡିରେ ବସିଥିବା ଲୋକେ ତୁରନ୍ତ ଓହ୍ଲାଇ ପଡ଼ିବାରୁ ସେମାନଙ୍କ ଜୀବନ ରକ୍ଷା ହୋଇଛି ।
ନିଆଁରେ ମାତ୍ରା ଏତେ ପ୍ରଖର ଥିଲା ଯେ ଦେଖୁଦେଖୁ ନିଆଁ ସମ୍ପୂର୍ଣ୍ଣ ମାରୁତି ଭ୍ୟାନକୁ ବ୍ୟାପିଯାଇ ଗାଡିଟି ସମ୍ପୁର୍ଣ୍ଣ ଭାବେ ଜଳିଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ମାତ୍ର ଭ୍ୟାନଟି ସମ୍ପୁର୍ଣ୍ଣ ଜଳି ଯାଇଥିଲା । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ କେହି ମୃତାହତ ହୋଇ ନାହାନ୍ତି ।
ଏପଟେ ଭ୍ୟାନର ଚାଳକ ଓ ଯାତ୍ରୀମାନେ ଘଟଣାସ୍ଥଳରୁ ପଳାଇଥିବାରୁ ପ୍ରକୃତରେ ଭ୍ୟାନଟି କାହାର ତାହା ମଧ୍ୟ ଜଣାପଡ଼ିନାହିଁ। ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ