ଓଡିଶା

odisha

ETV Bharat / state

ମାଟି ଖୋଳୁ ଖୋଳୁ ଜଳିଗଲା ଜେସିବି - ଜଳିଗଲା ଜେସିବି

ମାଟି ଖୋଳୁ ଖୋଳୁ ଜଳିଗଲା ଜେସିବି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଫୁଲଝରୀ ଜଙ୍ଗଲରେ। ଅଧିକ ପଢନ୍ତୁ...

ମାଟି ଖୋଳୁ ଖୋଳୁ ଜଳିଗଲା ଜେସିବି
ମାଟି ଖୋଳୁ ଖୋଳୁ ଜଳିଗଲା ଜେସିବି

By

Published : Feb 21, 2021, 9:32 PM IST

ବାରିପଦା: ମାଟି ଖୋଳୁ ଖୋଳୁ ଜଳିଗଲା ଜେସିବି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଫୁଲଝରୀ ଜଙ୍ଗଲରେ।

ମାଟି ଖୋଳୁ ଖୋଳୁ ଜଳିଗଲା ଜେସିବି

ସୂଚନା ଅନୁଯାୟୀ, ହାତୀ ଉପଦ୍ରବ ରୋକିବାକୁ ବନବିଭାଗ ପକ୍ଷରୁ ଫୁଲଝରି ଜଙ୍ଗଲରେ ଟ୍ରେଞ୍ଜ ଖୋଳା ଚାଲିଥିଲା । ବନବିଭାଗ ପକ୍ଷରୁ କାର୍ଯ୍ୟରେ ଲାଗିଥିବା ଜେସିବି ମେସିନରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ବେତନଟୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ଜେସିବିଟି ପୋଡି ପାଉଁଶ ହୋଇଥିବା ଜଣାପଡିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟ କାରଣରୁ ଏପରି ଘଟିଥିବା ଆଶଙ୍କା କରାଯାଉଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details