ବାରିପଦା: ମୋରଡା ବ୍ଲକ ଅନ୍ତର୍ଗତ କୋହି ପଞ୍ଚାୟତର ଭୋଳଘାଟି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଗାଁର ଶରତ ଚନ୍ଦ୍ର ସି, ରବୀନ୍ଦ୍ର ସି ଏବଂ ଦିଲ୍ଲୀପ ସିଙ୍କର ଚାରି ବଖରା ଚାଳଛପର ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ, ଚାଉଳ, ସବାଇ ଘାସ, ଆସବାବପତ୍ର ଆଦି ଜଳିପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନାହିଁ ।
ଅଗ୍ନିକାଣ୍ଡରେ ଜଳିଗଲା ଚାରିବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ - ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଭୋଳଘାଟି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଛି । ଅଧିକ ପଢନ୍ତୁ...
![ଅଗ୍ନିକାଣ୍ଡରେ ଜଳିଗଲା ଚାରିବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ fire-accident-in-moroda-block](https://etvbharatimages.akamaized.net/etvbharat/prod-images/768-512-6723169-thumbnail-3x2-fire.jpg)
ଅଗ୍ନିକାଣ୍ଡରେ ଜଳିଗଲା ଚାରିବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଅଗ୍ନିକାଣ୍ଡରେ ଜଳିଗଲା ଚାରିବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ନିଆଁ ଲାଗିବା ପରେ ଗ୍ରାମବାସୀ ଏବଂ ଚିତ୍ରଡା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳେକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ, ରାଜସ୍ଵ ବିଭାଗର ଅଧିକାରୀ ପହଞ୍ଚି ବିପନ୍ନଙ୍କ ପରିବାରକୁ ଚାଉଳ, ପନିପରିବା, ପଲିଥିନ ଆଦି ପ୍ରଦାନ କରିଛନ୍ତି । ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଥିବା ପରିବାର ମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ
Last Updated : Apr 9, 2020, 3:30 PM IST