ରାଇରଙ୍ଗପୁର: ରାଷ୍ଟ୍ରପତିଙ୍କୁ ଅସମ୍ମାନ । ତେଲ ବିଜ୍ଞାପନରେ ଲାଗିଛି ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଫଟୋ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁଙ୍କ ନିଜ ଜିଲ୍ଲାରେ । ମହାମହିମଙ୍କ ଫଟୋ ଏକ ସୋରିଷ ତେଲ କମ୍ପାନୀ ବିଜ୍ଞାପନରେ ବ୍ୟବହାର ହୋଇଛି । ଆଉ କରଞ୍ଜିଆ ସହରର ଆଖପାଖ ଅଞ୍ଚଳରେ ବଡ ବଡ ବ୍ୟାନରରେ ରାଷ୍ଟ୍ରପତିଙ୍କ ଫଟୋ ବ୍ୟବହାର ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିବା ସହ ଥାନାରେ ଏତଲା ଦେଇଥିଲେ । ତେବେ ଏତଲା ନରଖି କେବଳ ଷ୍ଟେସନ ଡାଏରୀରେ ଅଭିଯୋଗ ରଖାଯାଇଥିବା ସୂଚନା ମିଳିଛି ।
ଦେଶର ପ୍ରଥମ ନାଗରିକ ତଥା ମହାମହିମଙ୍କୁ ଏଭଳି ଅସମ୍ମାନ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ମର୍ଯ୍ୟାଦାହାନୀ କରିଥିବାରୁ କମ୍ପାନୀ ର ବିତରକ ଓ କମ୍ପାନୀ ବିରୋଧ ରେ ମହିଳା ଆଇନଜୀବୀ ଝରଣା ପୃଷ୍ଟି କରଞ୍ଜିଆ ଥାନାରେ ଏକ ଏତଲା ଦାଖଲ କରିଥିଲେ । ତେବା ତାହା ପଞ୍ଜୀକରଣ ହୋଇନଥିବା ସୂଚନା ମିଳିଛି ।
ଅଭିଯୋଗ ଅନୁସାରେ, ସୋରିଷ ତେଲ କମ୍ପାନୀର ପ୍ରଚାର ନିମନ୍ତେ ଏପରି ବ୍ୟାନର ଲଗାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୈଳ କମ୍ପାନୀ ମୟୂରଭଞ୍ଜ ମାଟିର ବୋହୂ ତଥା ମହାମହିମ ରାଷ୍ଟ୍ରପତିଙ୍କ ମର୍ଯ୍ୟାଦାହାନୀ କରିଥିବାରୁ କମ୍ପାନୀର ବିତରକ ଓ କମ୍ପାନୀ ବିରୋଧରେ ମହିଳା ଆଇନଜୀବୀ ଝରଣା ପୃଷ୍ଟି କରଞ୍ଜିଆ ଥାନାରେ ଏକ ଏତଲା ଦେଇଛନ୍ତି । ପ୍ରତ୍ୟେକ ଦିନ ସେ ସେହି ରାସ୍ତାରେ ଯିବା ଆସିବା ସମୟରେ ଏହି ଫଟୋକୁ ଦେଖି ମହାମହିମ ରାଷ୍ଟ୍ରପତିଙ୍କ ସମ୍ମାନହାନୀ ହେଉଥିବା ସହ୍ୟ କରି ନପାରି ଶେଷରେ ଥାନାର ଦ୍ବାରସ୍ଥ ହୋଇଥିବା କଥା କହିଛନ୍ତି ।