ଓଡିଶା

odisha

ମୟୂରଭଞ୍ଜରୁ ପୁଣି 50 ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ 49

ମୟୂରଭଞ୍ଜ ଜିଲ୍ଲାରେ ପୁଣି ୫୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜକୁ ମିଶାଇ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୦୧ରେ ପହଞ୍ଚିଛି । ଅଧିକ ପଢନ୍ତୁ ..

By

Published : Nov 23, 2020, 6:47 PM IST

Published : Nov 23, 2020, 6:47 PM IST

ମୟୂରଭଞ୍ଜରୁ ପୁଣି 50 ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ 49
ମୟୂରଭଞ୍ଜରୁ ପୁଣି 50 ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ 49

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ସୋମବାର ପୁଣି ୫୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୦୧ରେ ପହଞ୍ଚିଛି । ସେପଟେ ଆଜି ୪୯ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ମୋଟ ୧୨୨୬୮ ଜଣ ସୁସ୍ଥ ହୋଇଥିବାବେଳେ ୫୫୨ ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

ମୟୂରଭଞ୍ଜରୁ ପୁଣି 50 ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ 49

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ଷଷ୍ଠ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରୁ ମୋଟ ମୃତ୍ୟୁ ସଂଖ୍ୟା ୭୮ କୁ ବୃଦ୍ଧି ହୋଇଛି । ତେବେ ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ସର୍ବାଧିକ ରହିଛି ।

ସୋମବାର ଚିହ୍ନଟ ୫୦ ଜଣ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details