ଓଡିଶା

odisha

ETV Bharat / state

କରଞ୍ଜିଆରେ ହାତୀ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଫସଲ - karanjia forest

ହାତୀ ଆତଙ୍କରେ ଆତଙ୍କିତ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ରହୁଥିବା ଗ୍ରାମବାସୀ । ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମରେ ପଶି ବ୍ୟାପକ ଧାନ ଚାଷ ନଷ୍ଟ କରିବା ସହିତ ଦୁଇଟି ଘରକୁ ଭାଙ୍ଗି ଦେଇଛନ୍ତି ଏହି ହାତୀ ପଲ ।

karanjia-forest
karanjia-forest

By

Published : Dec 21, 2019, 12:31 PM IST

ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ । ଜନବସତି ଆଡ଼କୁ ପଶି ଆସିବା ସହ ୨ଟି ଘର ଭାଙ୍ଗି ଦେଇଛନ୍ତି । ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ସେହିପରି ଜଙ୍ଗଲ କ୍ଷୟ ହେବା ଦ୍ଵାରା ଖାଦ୍ୟ ଅନ୍ଵେଷଣରେ ଏବେ ହାତୀପଲ ଗାଁ ମୁହାଁ । ତେବେ ବର୍ତ୍ତମାନ କିଛି ଦିନ ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଆତଙ୍କ ବଢି ଚାଲିଛି ।

କରଞ୍ଜିଆରେ ହାତୀ ଆତଙ୍କ, ଭାଙ୍ଗିଲେ 2 ଘର

ତେବେ ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ ଡିଆଯୋଡି ଗ୍ରାମରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଉତ୍ତମ ବେହେରା ଓ ଡାଳିମ୍ବ ବେହେରାଙ୍କ ଘର ଭାଙ୍ଗି ଦେଇଛନ୍ତି । ଫଳରେ ଆଜି ଗ୍ରାମବାସୀ କ୍ଷତିପୂରଣ ଦାବି କରିଛନ୍ତି । ସାନବଡ଼ପଶି ସଂରକ୍ଷିତ ଜଙ୍ଗଲରେ ହାତୀପଲ ଥିବା ଜଣାପଡ଼ିଛି ।

ଗତ ୨୦ ଦିନ ମଧ୍ୟରେ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଏକର ଏକର ଧାନ ଫସଲ ନଷ୍ଟ କରିବା ସହିତ ୨ ଜଣଙ୍କୁ ହାତୀ ମାରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସେହିପରି ୨୦ଟି ଘର ମଧ୍ୟ ଭାଙ୍ଗିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।


ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details