ଓଡିଶା

odisha

ETV Bharat / state

ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ - ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ
ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

By

Published : Jun 3, 2021, 11:10 AM IST

ବାରିପଦା: ବାରିପଦା ଟାଉନ ଥାନା ଅନ୍ତର୍ଗତ ତକତପୁର ଅଞ୍ଚଳର ଶରତ କୁମାର ଦାଶଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ତାଙ୍କ ସ୍ତ୍ରୀ ମିନତୀ ଦାଶଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ସେହି ଅଞ୍ଚଳର ଶଙ୍କର୍ଷଣ ପଣ୍ଡା । ମିନତୀ ଦାଶ ଏବେ ଗୁରୁତର ଅବସ୍ଥାରେ ବାରିପଦା ପି ଆର ଏମ୍ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନା ଅନୁଯାୟୀ ଗତ ମେ ୧୪ ତାରିଖ ଶୁକ୍ରବାର ଦିନ ବାଲେଶ୍ଵର ବିର୍ଲା ଟାୟାର ନିକଟ ଓଭର ବ୍ରିଜ ନିକଟରେ ଏକ କାର ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟ ହୋଇଥିବା ବେଳେ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାର ୨୦ ଦିନ ପରେ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସ୍ବର୍ଗତ ସନ୍ତୋଷ ପଣ୍ଡାଙ୍କ ଭାଇ ଶଙ୍କର୍ଷଣ ପଣ୍ଡା ନିଜ ଭାଇର ମୃତ୍ୟୁ ପାଇଁ ଦାୟୀ କରି କାର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଆଉ ଦୁଇ ଜଣଙ୍କ ପରିବାର ବର୍ଗଙ୍କୁ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶଙ୍କର୍ଷଣ ପଣ୍ଡା, ସତ୍ୟବାନ ପଣ୍ଡା ଓ କାଳିଆ ପଣ୍ଡାଙ୍କ ସହ ତାଙ୍କ ପରିବାର ର କିଛି ଲୋକ ଶରତ କୁମାର ଦାଶଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ତାଙ୍କ ସ୍ତ୍ରୀ ମିନତୀ ଦାଶଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଛନ୍ତି।

ତେବେ ଏନେଇ ମିନତୀ ଦାଶ ଓ କରୁଣାକର ମହାନ୍ତି ନିଜ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ବାରିପଦା ଟାଉନ ଥାନାରେ ଏତଲା ଦେଇଛନ୍ତି। ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ବି ଟାଉନ ପୋଲିସ କାହାକୁ ଗିରଫ କରି ନ ଥିବା ଜଣାପଡିଛି। ଅନ୍ୟପକ୍ଷରେ ଟାଉନ ଥାନା ଅଧିକାରୀ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି। ଉଭୟ ପରିବାରର ଲୋକେ ଏବେ ନ୍ୟାୟ ପାଇଁ ଦାବି କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details