ଓଡିଶା

odisha

ETV Bharat / state

ନିଜ ଖର୍ଚ୍ଚରେ କେନାଲ ମରାମତି କରି ସମାଜ ପାଇଁ ଉଦାହରଣ ପାଲଟିଲେ ଚାଷୀ - ଉଦାହରଣ ପାଲଟିଲେ ଚାଷୀ

ଚାଷ ଜମି ମଧ୍ୟକୁ ପାଣି ଆସୁନଥିବାରୁ ହେକ୍ଟର ହେକ୍ଟର ଚାଷ ଜମି ଫାଟି ଆଁ କଲାଣି । ସେପଟେ ସରକାରୀ ସାହାଯ୍ୟକୁ ଅପେକ୍ଷା କରି ଶେଷରେ ନିଜ ଖର୍ଚ୍ଚ ଓ ଶ୍ରମଦାନ କରି 6 ରୁ 7 କିଲୋମିଟର କେନାଲକୁ ସଫା କରି ମରାମତି କରିଛନ୍ତି ଉକ୍ତ ଅଞ୍ଚଳର ଚାଷୀ। ଅଧିକ ଖବର ପଢନ୍ତୁ...

ନିଜ ଖର୍ଚ୍ଚରେ କେନାଲ ମରାମତି କରି ସମାଜ ପାଇଁ ଉଦାହରଣ ପାଲଟିଲେ ଚାଷୀ
ନିଜ ଖର୍ଚ୍ଚରେ କେନାଲ ମରାମତି କରି ସମାଜ ପାଇଁ ଉଦାହରଣ ପାଲଟିଲେ ଚାଷୀ

By

Published : Aug 8, 2020, 9:18 PM IST

ରାଇରଙ୍ଗପୁର: ଗ୍ରାମାଞ୍ଚଳର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି ବିଭିନ୍ନ ଜନହିତକର ଯୋଜନା। କିନ୍ତୁ ଅନେକ ସମୟରେ ସରକାରଙ୍କର ସବୁ ଜନହିତକର ଯୋଜନା ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରେ ନାହିଁ ଆଉ ସାଧାରଣ ଲୋକେ ଏହାକୁ ଅପେକ୍ଷା କରି କରି ଅନେଇ ବସିଥାନ୍ତି। ଏପରି କିଛି ଦୃଶ୍ୟ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି।

ସରକାରୀ ସାହାଯ୍ୟକୁ ଅପେକ୍ଷା କରି ଶେଷରେ ନିଜ ଉଦ୍ୟମରେ କେନାଲ ମରାମତି କରିଛନ୍ତି ପାଞ୍ଚୋଟି ଗାଁର ଚାଷୀ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଚମ୍ପାଝର ଗ୍ରାମ ପଞ୍ଚାୟତକୁ ପହଞ୍ଚି ପାରିନାହିଁ ସରକାରଙ୍କ ଜନହିତକର ଯୋଜନା। ନିଅଣ୍ଟିଆ ବର୍ଷା ଯୋଗୁଁ ଚଳିତବର୍ଷ ଖରିଫ ଧାନ ଫସଲ ଭଲଭାବେ ହୋଇ ପାରିନଥିବାବେଳେ 50 ବର୍ଷ ପୂର୍ବରୁ କେନାଲ ଥାଇ ମଧ୍ୟ କେନାଲଟି ଅନାବନା ଗଛ ଓ ମାଟିରେ ପୋତି ହୋଇଥିବାରୁ କେନାଲ ଦେଇ ପାଣି ଆସି ପାରୁନାହିଁ । ଯାହା ଫଳରେ ଚାଷ ଜମି ମଧ୍ୟକୁ ପାଣି ଆସୁନଥିବାରୁ ହେକ୍ଟର ହେକ୍ଟର ଚାଷ ଜମି ଫାଟି ଆଁ କଲାଣି । ସେପଟେ ସରକାରୀ ସାହାଯ୍ୟକୁ ଅପେକ୍ଷା କରି ଶେଷରେ ନିଜ ଖର୍ଚ୍ଚ ଓ ଶ୍ରମଦାନ କରି 6 ରୁ 7 କିଲୋମିଟର କେନାଲକୁ ସଫା କରି ମରାମତି କରିଛନ୍ତି ଉକ୍ତ ଅଞ୍ଚଳର ଚାଷୀ।

ନିଜ ଖର୍ଚ୍ଚରେ କେନାଲ ମରାମତି କରି ସମାଜ ପାଇଁ ଉଦାହରଣ ପାଲଟିଲେ ଚାଷୀ

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଥିବା ବେଳେ ପ୍ରକୃତରେ ଗ୍ରାମାଞ୍ଚଳରେ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ଗ୍ରାମପଞ୍ଚାୟତର ପାଞ୍ଚୋଟି ଗାଁର ଚାଷୀମାନେ ପାଇ ପାରୁନାହାଁନ୍ତି। ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କରିଥିବାବେଳେ ଚଳିତ ବର୍ଷ ଭଲ ଧାନ ଚାଷ ନେଇ ଚିନ୍ତାରେ ଥିଲେ ଚାଷୀ।

ଏ ନେଇ କେନାଲ ମରାମତି ପାଇଁ ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୁହାରି କରି ବିଫଳ ହୋଇଥିଲେ ଚାଷୀ। ଶେଷରେ ନିଜେ ଖର୍ଚ୍ଚ ଓ ଶ୍ରମଦାନ କରି କେନାଲ ମରାମତି କରିଥିଲେ। କିନ୍ତୁ ଆଗାମୀ ଦିନରେ କେନାଲର ସ୍ଥାୟୀ ମରାମତି କରା ନ ଗଲେ ସମାନ ସମସ୍ୟା ଦେଖାଯିବ। ସେପଟେ କେନାଲର ସ୍ଥାୟୀ ମରାମତି ପାଇଁ ଦାବି କରିଛନ୍ତି ସ୍ଥାନୀୟ ଚାଷୀ।

ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିକାଶର ଡିଣ୍ଡିମ ପିଟୁଥିବାବେଳେ ଏହା ହେଉଛି ବିକାଶର ନଗ୍ନ ଚିତ୍ର। ଗ୍ରାମବାସୀଙ୍କ ଅର୍ଥ ଓ ଶ୍ରମଦାନ ଯୋଗୁଁ ହୋଇପାରିଛି ଏକ କେନାଲ କାମ ଯାହାକି ସରକାରୀ କଳ ପ୍ରତି ଶକ୍ତ ଚାପୁଡ଼ା ସଦୃଶ୍ୟ। ସେପଟେ ଶହ ଶହ ଚାଷୀଙ୍କ ସୁବିଧା ପାଇଁ କେନାଲ କରିଥିବାରୁ ଚାଷୀମାନେ ସମାଜ ପାଇଁ ପାଲଟିଛନ୍ତି ଏକ ଅନନ୍ୟ ଉଦାହରଣ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details