ବାରିପଦା: ଜିଲ୍ଲାରେ ଝାଡଖଣ୍ଡି ହାତୀଙ୍କ ଉତ୍ପାତରେ ଅତିଷ୍ଠ ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଜାରି ରହିଛି ହାତୀଙ୍କ ଉତ୍ପାତ।
ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କ ଆମରଣ ଅନଶନ
ମୟୂରଭଞ୍ଜ ଜିଲ୍ଲାରେ ଝାଡଖଣ୍ଡି ହାତୀଙ୍କ ଉତ୍ପାତରେ ଅତିଷ୍ଠ ହେଲେଣି ଚାଷୀ । ବେତନଟୀ ବ୍ଲକର ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଅଧିକ ପଢନ୍ତୁ...
ଦୀର୍ଘ ଦିନ ହେବ ଝାରଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ହାତୀପଲ ଜିଲ୍ଲାର ବେତନଟୀ ବ୍ଲକରେ ବ୍ୟାପକ ଧାନ ଚାଷ ଓ ପରିବା ଚାଷ ନଷ୍ଟ କରୁଛି । ପାଖାପାଖି ୪୫ରୁ ଉର୍ଦ୍ଧ୍ବ ଝାଡଖଣ୍ଡି ହାତୀ ବେତନଟୀ ବ୍ଲକ ପାଟଳିପୁରା ଗ୍ରାମ ପଞ୍ଚାୟତର ବଡ଼ଖିରିପଦା, ଖଣ୍ଡଦେଉଳା, ପାଟଳିପୁରା ଆଦି ଗାଁରେ ଦୀର୍ଘ ୨୦ ଦିନ ଧରି ଚାଷୀଙ୍କ ଧାନ ଓ ପନିପରିବା ଚାଷ ନଷ୍ଟ କରିଛନ୍ତି । ତେବେ ବନବିଭାଗ ନିକଟରେ ଚାଷୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ ସୋମବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ