ଓଡିଶା

odisha

ETV Bharat / state

ତିରିଂ ଲ୍ୟାମ୍ପ୍ସରେ ଦୁର୍ନୀତି ଗନ୍ଧ, କାର୍ଯ୍ୟାଳୟ ଘେରିଲେ ଚାଷୀ - ତିରିଂ ଲ୍ୟାମ୍ପ୍ସରେ ଦୁର୍ନୀତି ଗନ୍ଧ

ଦୁର୍ନୀତି ଅଭିଯୋଗରେ ତିରିଂ ଲ୍ୟାମ୍ପ୍ସ ଘେରିଲେ ଚାଷୀ । କୃଷି ଋଣ ନେଇଥିବା ବେଳେ ସେମାନଙ୍କୁ ଋଣ ଖାତା ପ୍ରଦାନ କରାଯାଉ ନଥିବା ଅଭିଯୋଗ । ଅଧିକ ପଢନ୍ତୁ

ରିଂ ଲ୍ୟାମ୍ପ୍ସ ଘେରିଲେ ଚାଷୀ
ରିଂ ଲ୍ୟାମ୍ପ୍ସ ଘେରିଲେ ଚାଷୀ

By

Published : Feb 16, 2023, 4:57 PM IST

ରିଂ ଲ୍ୟାମ୍ପ୍ସ ଘେରିଲେ ଚାଷୀ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ତିରିଂ ଲ୍ୟାମ୍ପ କାର୍ଯ୍ୟାଳୟରେ ବିଭିନ୍ନ ଗ୍ରାମର ଅସନ୍ତୁଷ୍ଟ ଚାଷୀ ଏକତ୍ରିତ ହୋଇ ଲ୍ୟାମ୍ପସ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଚାଷୀମାନେ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ତିରିଂ ବ୍ଲକ ଅଞ୍ଚଳର ଚାଷୀମାନେ ସମବାୟ ସମିତି ବ୍ୟାଙ୍କରୁ କୃଷି ଋଣ ନେଇଥିବା ବେଳେ ସେମାନଙ୍କୁ ଋଣ ଖାତା ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି । ଯାହାଫଳରେ ସେମାନେ ଋଣର ସବିଶେଷ ବିବରଣୀ ଜାଣି ପାରୁନାହାନ୍ତି ।

ଏପରିକି ଚାଷୀମାନେ ଆହୁରିମଧ୍ୟ ଅଭିଯୋଗ କରିଛନ୍ତି ଯେ, ଋଣ ନବୀକରଣ କରିବାକୁ ଗଲେ ଅଧିକାରୀମାନେ ୧୦ରୁ ୨୦ ପ୍ରତିଶତ ଟଙ୍କା କମିଶନ ବା ଲାଞ୍ଚ ମାଗୁଛନ୍ତି । କମିଶନ ନଦେଲେ ଋଣ ପ୍ରଦାନ ନକରିବା ସହ ଉର୍ବରକ ସାର କିମ୍ବା ବିହନ ମଧ୍ୟ ଦେଉନାହାନ୍ତି । ତିରିଂ ସମବାୟ ସମିତି(ଲ୍ୟାମ୍ପସ) ଏମଡି କ୍ଷୀରୋଦ ଚନ୍ଦ୍ର ଧଳ କିଛି ଚାଷୀଙ୍କ ଋଣ ଖାତା ନିଜ ପାଖରେ ରଖିଥିବା ବେଳେ ବିଆଇସି ମୋହନ ଚରଣ ଲାହୋର ଆଉ କିଛି ଚାଷୀଙ୍କ ଖାତା ରଖିଛନ୍ତି ।

ବିଆଇସି ଉକ୍ତ ଖାତାଧାରକ ଚାଷୀଙ୍କ ଠାରୁ ୨୦ ପ୍ରତିଶତ ଓ ଏମଡି ୧୦ ପ୍ରତିଶତ କମିଶନ ମାଗୁଥିବା ଅଭିଯୋଗ ହୋଇଛି । କମିଶନ ଟଙ୍କା ମାଗିବା ପାଇଁ ସେ ପ୍ରଦୀପ ନାମକ ଜଣେ ଅନୁଗତଙ୍କୁ ପଠାଇଥାନ୍ତି । ଟଙ୍କା ନଦେଲେ ଲ୍ୟାମ୍ପରୁ ଖାତା କାଟି ଦିଆଯିବ ଏବଂ ଉର୍ବରକ ସାର କିମ୍ବା ବିହନ ଦିଆଯିବ ନାହିଁ ବୋଲି ଧମକ ଦେଇ ବାଧ୍ୟ କରାଯାଉଛି । ଋଣ ଖାତା ମାଗିରେ ମଧ୍ୟ ଦିଆଯାଉ ନାହିଁ ।

ଚାଷୀମାନେ ବ୍ୟାଙ୍କ ଯିବା ପରେ ତାଙ୍କ ନାମରେ ୬୦ରୁ ୭୦ ହଜାର ଟଙ୍କା ଋଣ ଥିବା ଜାଣିବାକୁ ପାଇଥିଲେ । ହେଲେ ଚାଷୀ ୧୦ ହଜାର ଟଙ୍କାରୁ ଅଧିକ ଋଣ ନେଇନଥିବା କହିଛନ୍ତି । ଏ ସମ୍ପର୍କରେ ପଚାରି ବୁଝିଲେ ସେମାନଙ୍କୁ ଦୁର୍ବ୍ୟବହାର କରି ଲ୍ୟାମ୍ପରୁ ତଡି ଦିଆଯାଉଥିବା ଅଭିଯୋଗ ହୋଇଛି । ଏନେଇ ଏମସିସି ବ୍ୟାଙ୍କ ପ୍ରବନ୍ଧକଙ୍କ ନିକଟରେ ଅଭିଯୋଗ କରାଯାଇଥିବା ମଧ୍ୟ କୌଣସି ଲାଭ ହୋଇନଥିଲା ।

ଯାହାଫଳରେ ଏମସିସି ବ୍ୟାଙ୍କ ପ୍ରବନ୍ଧକ ବହଲଦା, ଏମସିସି ବ୍ୟାଙ୍କ ମୁଖ୍ୟ ବାରିପଦା, ଏଆରସିସି ରାଇରଙ୍ଗପୁର, ଡିଆରସିସି ବାରିପଦା, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଏବଂ କୋଅପରେସନ ବ୍ୟାଙ୍କ ମନ୍ତ୍ରଣାଳୟ ଓଡିଶା ଉଦ୍ଦେଶ୍ୟରେ ସପ୍ତାହେ ତଳେ ଅଭିଯୋଗ ପତ୍ର ପ୍ରଦାନ କରାଯାଇ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରାଯିବା ସହ ତିରିଂ ଲ୍ୟାମ୍ପ ଏମଡି ଓ ବିଆଇସିଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବାକୁ ଦାବି କରାଯାଇଛି ।

ନଚେତ୍ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏହି ଦାବିପତ୍ର ପ୍ରଦାନକୁ ସପ୍ତାହେ ବିତିଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନନିଆଯିବାରୁ ଆଜି କୃଷକ ଗୁରୁବା ସୋରେନ, ବିକ୍ରମାଦିତ୍ୟ ମହନ୍ତ, ବିଶେଶ୍ବର ମହନ୍ତ ଓ ରବିନ୍ଦ୍ର ମହନ୍ତଙ୍କ ନେତୃତ୍ବରେ ଶତାଧିକ ଚାଷୀ ତିରିଂ ଲ୍ୟାମ୍ପ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟପରେ ଏହିସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ତିରିଂ ଲ୍ୟାମ୍ପ ଏମଡି କ୍ଷୀରୋଦ ଚନ୍ଦ୍ର ଧଳ ।

ସେ କହିଛନ୍ତି, ''କୌଣସି ଚାଷୀ ଋଣ ଖାତା ନେବାକୁ କାର୍ଯ୍ୟାଳୟକୁ ଆସିନାହାନ୍ତି କିମ୍ବା କାହାରିକୁ ଦୁର୍ବ୍ୟବହାର କରାଯାଇ ନାହିଁ । ଯଦି ସେପରି କିଛି ଘଟଣା ଘଟିଥିବା ତାହାହେଲେ କାର୍ଯ୍ୟାଳୟର ସିସିଟିଭି ଫୁଜେଟରେ ତାହା କଏଦ ଥିବ ।'' ତେବେ ବିକ୍ଷୋଭ ପ୍ରଦର୍ଶନ ସମୟରେ ତିରିଂ ଥାନା ଅଧିକାରୀ ଭାସ୍କର ପ୍ରଧାନ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଦେଖାଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details