ଓଡିଶା

odisha

ETV Bharat / state

ଚାଷଜମିରେ ହାତୀପଲଙ୍କ ଉତ୍ପାତ, କ୍ଷତିପୂରଣ ପାଇଁ ଚାଷୀଙ୍କ ଦାବି - ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ରେଞ୍ଜ ମିଟୁଆଣି ନାନ୍ଦୁସାହିରେ ହାତୀ ଆତଙ୍କ। ହାତୀ ପଲ ପାଚିଲା ଧାନ ଖାଇଯିବା ସହ ଏକର ଏକର ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଆତଙ୍କିତ ହୋଇ ପଡିଛନ୍ତି। ଅଧିକ ପଢନ୍ତୁ...

ଚାଷଜମିରେ ହାତୀପଲଙ୍କ ଉତ୍ପାତ, କ୍ଷତିପୂରଣ ପାଇଁ ଚାଷୀଙ୍କ ଦାବି
ଚାଷଜମିରେ ହାତୀପଲଙ୍କ ଉତ୍ପାତ, କ୍ଷତିପୂରଣ ପାଇଁ ଚାଷୀଙ୍କ ଦାବି

By

Published : Nov 24, 2020, 10:56 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ରେଞ୍ଜ ମିଟୁଆଣି ନାନ୍ଦୁସାହିରେ ହାତୀ ଆତଙ୍କ। ହାତୀ ପଲ ପାଚିଲା ଧାନ ଖାଇଯିବା ସହ ଏକର ଏକର ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଆତଙ୍କିତ ହୋଇ ପଡିଛନ୍ତି। ବନ ବିଭାଗ ଏହି ହାତୀ ପଲକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇବା ସହ ଫସଲ ନଷ୍ଟର ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ମହଲରେ ଦାବି ହେଉଛି।

ଚାଷଜମିରେ ହାତୀପଲଙ୍କ ଉତ୍ପାତ, କ୍ଷତିପୂରଣ ପାଇଁ ଚାଷୀଙ୍କ ଦାବି

ଏହି ୪ ଟିକିଆ ହାତୀ ପଲ ଗତ କିଛିଦିନ ହେବ ମିଟୁଆଣି, ଦିଗଧର ରମଣ, ଗୋବରଜଡା ଜଙ୍ଗଲରେ ଦିନବେଳେ ରହୁଥିବାବେଳେ ସନ୍ଧ୍ୟା ହେଲେ ପାଖ ଧାନବିଲରେ ପଶି ଫସଲ ଖାଇବା ସହ ନଷ୍ଟ କରୁଥିବା ଚାଷୀମାନେ ଅଭିଯୋଗ କହିଛନ୍ତି। ତେବେ ଗାଁର ଲୋକେ ବନ ବିଭାଗକୁ ଖବର ଦେଲେ ମଧ୍ୟ ବନବିଭାଗ କର୍ମଚାରୀ ଆସୁନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details