ମୟୂରଭଞ୍ଜ: ରାଜରାସ୍ତାରେ ଚାଷୀ । ଧାନମଣ୍ଡିରେ ବିଭିନ୍ନ ସମସ୍ୟାକୁ ନେଇ ମୟୂରଭଞ୍ଜ ଜିଲ୍ଲାର 18ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନର ଶହ ଶହ ଚାଷୀ ।
ଧାନର ପ୍ରକୃତ ଦାମ 1800ଟଙ୍କା ହୋଇଥିଲା ବେଳେ ମଣ୍ଡିରେ ମାତ୍ର 800ଟଙ୍କାରେ ବିକ୍ରି ହେଉଛି । ମଣ୍ଡିରେ ଚାରିରୁ ପାଞ୍ଚ କିଲୋ ଧାନ କଟିନ୍ କରାଯାଉଛି । ଏ ନେଇ ଡିସେମ୍ବର 14ତାରିଖରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ଏ ନେଇ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ ପ୍ରଦାନ କରିଥିଲେ । ପ୍ରଶାସନ ଏହି ସମସ୍ୟାର ସାମାଧାନ ସାତ ଦିନ ଭିତରେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଭିଯୋଗର ଅନେକ ଦିନ ପରେ ବି କୌଣସି ସୁଫଳ ପାଇନଥିଲେ ଚାଷୀ ।