ଓଡିଶା

odisha

ETV Bharat / state

ପାରିବାରିକ କଳହର କରୁଣ ପରିଣତି, ଝିଅକୁ ହତ୍ୟା କଲା ସାବତ ମା' - mayurbhanj news

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବାରହାଗଡ଼ିଆ ଗ୍ରାମରେ ଅଘଟଣ । ପାରିବାରିକ କଳହକୁ କେନ୍ଦ୍ର କରି ଝିଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ଶାଢୀରେ ଟାଙ୍ଗିଲା ସାବତ ମା' । ଅଧିକ ପଢନ୍ତୁ...

ପାରିବାରିକ କଳହର କରୁଣ ପରିଣତି, ଝିଅକୁ ହତ୍ୟା କଲା ସାବତ ମା'
ପାରିବାରିକ କଳହର କରୁଣ ପରିଣତି, ଝିଅକୁ ହତ୍ୟା କଲା ସାବତ ମା'

By

Published : Sep 15, 2020, 8:35 PM IST

ବାରିପଦା: ପାରିବାରିକ କଳହକୁ କେନ୍ଦ୍ର କରି ଝିଅକୁ ହତ୍ୟା କଲା ସାବତ ମା' । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବାରହାଗଡ଼ିଆ ଗ୍ରାମରେ ।

ସୂଚନାନୁସାରେ, ଉକ୍ତ ଗ୍ରାମର କାହ୍ନୁ ଟୁଡୁ ନିଜ ପ୍ରଥମ ସ୍ତ୍ରୀର ବିୟୋଗ ପରେ ସୁମିତ୍ର ଟୁଡୁ ନାମକ ମହିଳାଙ୍କୁ ବିବାହ କରିଥିଲେ । ତେବେ କାହ୍ନୁଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ ସହ ସୁମିତ୍ରାର ଅନେକ ସମୟରେ ବଚସା ହେଉଥିଲା । ଯାହାକୁ କେନ୍ଦ୍ର କରି ସୁମିତ୍ରା ଘରେ କେହି ନଥିବା ସମୟରେ ନାବାଳିକା ଝିଅ ଝରଣାକୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା । ଏହା ପରେ ଏକ ଶାଢୀରେ ଘର ଭିତରେ ଟାଙ୍ଗି ଦେଇଥିଲା । ପରେ ଝରଣାକୁ ଖୁଣ୍ଟା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ପାରିବାରିକ କଳହର କରୁଣ ପରିଣତି, ଝିଅକୁ ହତ୍ୟା କଲା ସାବତ ମା'

ତେବେ କାହ୍ନୁ ଟୁଡୁ ଭୁବନେଶ୍ୱରରେ କାମ କରୁଥିବା ବେଳେ ମଙ୍ଗଳବାର ଝିଅର ମୃତ୍ୟୁ ଖବର ପାଇ ଘରକୁ ଆସିବା ପରେ ସାବତ ମା' ଝିଅକୁ ମାରି ଦେଇଥିବା ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଖୁଣ୍ଟା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସାବତ ମା' ସୁମିତ୍ରାଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ ସୁମିତ୍ରା ପୋଲିସ ଆଗରେ ସମସ୍ତ ଘଟଣା ପ୍ରକାଶ କରିଥିଲା । ତେବେ ଏନେଇ ଖୁଣ୍ଟା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details