ମୟୂରଭଞ୍ଜ: ବାରିପଦାରେ ନକଲି ଆଇଆରଏସ୍ ଗିରଫ ଘଟଣା । ଅଭିଯୁକ୍ତଙ୍କୁ ଛଅ ବର୍ଷ ଜେଲ ଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଶୁଣାଇଲେ ଏସ.ଡି.ଜେ.ଏମ ସୁନୀତା ଆଚାର୍ଯ୍ୟ ।
ସୂଚନା ଅନୁସାରେ, ସତ୍ୟଜିତ ପଣ୍ଡା ନାମକ ଜଣେ ଯୁବକ ଫେସବୁକରେ ଆଇଆରଏସ୍ ଅଫିସର ଭାବେ ନକଲି ଆଇଡି କରି ଚାକିରି କରାଇଦେବା ନାଁ ରେ ଜଣେ ମହିଳାଙ୍କୁ ଠକି ଚାଲିଥିଲା । ସେ ଗତ 2018 ମସିହାରେ ବାରିପଦାର ସେହି ମହିଳାଙ୍କୁ ଏନ୍ଜିଓ କରାଇଦେବା ନାଁରେ ତାଙ୍କ ସହ ସମ୍ପର୍କ ରଖିଥିଲା । ଦୀର୍ଘଦିନ ପରେ ସେହି ଏନ୍ଜିଓକୁ ରେଜିଷ୍ଟ୍ରେସନ କରାଇବା ପାଇଁ ତାଙ୍କଠାରୁ 3 ହଜାର ଟଙ୍କା ମଧ୍ୟ ନେଇଥିଲା । ଏହାପରେ ଦୀର୍ଘଦିନ ଧରି ରେଜିଷ୍ଟ୍ରେସନ ନ ହେବାରୁ ମହିଳା ଜଣକ ଉକ୍ତ ନକଲି ଅଫିସର ସତ୍ୟଜିତକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ସତ୍ୟଜିତର ମୋବାଇଲ୍ ସୁଇଚ୍ଅଫ୍ ରହିଥିଲା । ଯେଉଁ କାରଣରୁ ସେ ବାରିପଦା ଟାଉନ ଥାନାରେ ସେପ୍ଟେମ୍ବର ମାସ 26 ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।