ଓଡିଶା

odisha

ETV Bharat / state

ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦେବା ଘଟଣା; ଡାକ୍ତରଙ୍କୁ ଅଟକ ରଖି ତଦନ୍ତ ଜାରି - ବାରିପଦା

ସ୍ବାସ୍ଥ୍ୟ ସେବାର ଆଉ ଏକ ନଗ୍ନ ଚିତ୍ର । ରୋଗୀଙ୍କୁ ଦିଆଗଲା ଏକ୍ସପାଏରୀ ସାଲାଇନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ଡାକ୍ତରଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି । ଅଧିକ ଖବର ପଢନ୍ତୁ...

ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦେବା ଘଟଣା; ଡାକ୍ତରଙ୍କୁ ଅଟକ ରଖି ତଦନ୍ତ ଜାରି
ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦେବା ଘଟଣା; ଡାକ୍ତରଙ୍କୁ ଅଟକ ରଖି ତଦନ୍ତ ଜାରି

By

Published : Dec 16, 2019, 11:37 AM IST

ବାରିପଦା: ସ୍ବାସ୍ଥ୍ୟ ସେବାର ଆଉ ଏକ ନଗ୍ନ ଚିତ୍ର । ରୋଗୀଙ୍କୁ ଦିଆଗଲା ଏକ୍ସପାଏରୀ ସାଲାଇନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ଝାଡା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଦିଆଯାଇଛି ଏକ୍ସପାଏରୀ ସାଲାଇନ୍ । ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଘଟଣା ପଛକୁ ଯିବାରୁ ଜଣାପଡିଲା ଡାକ୍ତରଖାନାରେ ରହିଛି ଆହୁରି ଏକ୍ସପାଏରୀ ସାଲାଇନ୍ ।

ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦେବା ଘଟଣା; ଡାକ୍ତରଙ୍କୁ ଅଟକ ରଖି ତଦନ୍ତ ଜାରି

ଡ଼ିସେମ୍ବର ୧୪ ତାରିଖ ଦିନ ଝାଡାରେ ଆକ୍ରାନ୍ତ ହୋଇ କପ୍ତିପଦା ଥାନା ଦୁଣ୍ଡରିଆ ଗ୍ରାମର ନରେନ୍ଦ୍ର ନାଥ ମହାନ୍ତି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଏକ୍ସପାଏରୀ ଆଣ୍ଟିବାୟୋଟିକ ସାଲାଇନ୍ ଦିଆଯାଇଥିବା ପରିବାର ଲୋକେ ଦେଖିବା ପରେ ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖୁବାକୁ ମିଳିଥିଲା ।

ରୋଗୀ ନରେନ୍ଦ୍ରଙ୍କୁ ଦିଆଯାଇଥିବା ସାଲାଇନର ଅବଧି ଅକ୍ଟୋବର ୧୯ ରହିଥିଲା । କେବଳ ସେତିକି ନୁହେଁ ରୋଗୀଙ୍କୁ ଦିଆଯିବା ନିମନ୍ତେ ରଖାଯାଇଥିବା ସାଲାଇନ୍ ଗୁଡିକ ମଧ୍ୟ ଏକ୍ସପାଏରୀ ହୋଇଥିବା ସାମ୍ନାକୁ ଆସିଥିଲା । ଏମିତି ଅନେକ ସାଲାଇନ ଡଷ୍ଟବିନରେ ପଡିଥିବା ଦେଖି ସାଲାଇନ୍ ବୋତଲକୁ ଯାଞ୍ଚ କରିବା ପରେ ସେଥିରୁ ମଧ୍ୟ ଏକ୍ସପାଏରୀ ସାଲାଇନ୍ ବୋତଲ ବାହାରିଥିଲା ।

ଯାହାକି ଡାକ୍ତରଖାନାରେ ଡାକ୍ତର ଏବଂ ନର୍ସ ନିଜ କାର୍ଯ୍ୟରେ ଅବହେଳା କରି ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ୍ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦିଆଯିବା ଘଟଣାରେ ଡାକ୍ତରଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ୍ ଦିଆଯିବାରେ ଡାକ୍ତରଙ୍କ ଅବହେଳା ନଥିବା ଡାକ୍ତର ସଫେଇ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁ଼ଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details