ଓଡିଶା

odisha

ETV Bharat / state

ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ, ତିନି ଗିରଫ - ମୋରଡ଼ା ଅବକାରୀ ବିଭାଗର ଚଢ଼ାଉ

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ । ବିପୁଳ ପରିମାଣରେ ଦେଶୀ ମଦ ଜବତ । ଏହା ସହ 3 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ମୋରଡା ଅବକାରୀ ବିଭାଗର ପେଟ୍ରୋଲିଂରେ ତିନି ଜଣ ଗିରଫ
ମୋରଡା ଅବକାରୀ ବିଭାଗର ପେଟ୍ରୋଲିଂରେ ତିନି ଜଣ ଗିରଫ

By

Published : Feb 4, 2021, 5:35 PM IST

ବାରିପଦା : ଜିଲ୍ଲାର ମୋରଡା ଅବକାରୀ ବିଭାଗର ପାଟ୍ରୋଲିଂ ସମୟରେ ବେଆଇନ ଭାବେ ତିନି ଜଣ ଦେଶୀ ଚୋରା ମଦ ନେଉଥିବାବେଳେ ମୋରଡା ଅବକାରୀ ବିଭାଗ ହାତରେ ଧରାପଡିଛନ୍ତି । ସୂଚନା ଅନୁଯାୟୀ ମୋରଡା ଅବକାରୀ ବିଭାଗର ଓଆଇସି ମଧୁସୂଦନ ସାହୁ ପାଟ୍ରୋଲିଂ କରୁଥିବାବେଳେ ଖୁରୁଣ୍ଟିଆ ଗ୍ରାମର ରବିନ୍ଦ୍ର ବେହେରା ୨୩ ଲିଟର ଦେଶୀ ମଦ ସାଇକେଲରେ ନେଉଥିବା ବେଳେ ନଳଗଜା କଲେଜ ସାମ୍ନାରେ ଧରାପଡିଥିଲେ । ସେହିପରି ଭାଲୁକଚୁଆ ଗ୍ରାମର ସୁନାରାମ ମୁର୍ମୁ ୨୪ ଲିଟର ଦେଶୀ ମଦ ବାଇକରେ ନେଉଥିବାବେଳେ ବରକନ୍ଦ ଠାରେ ଧରାପଡି ଗିରଫ ହୋଇଛନ୍ତି ।

ମୋରଡା ଅବକାରୀ ବିଭାଗର ପେଟ୍ରୋଲିଂରେ ତିନି ଜଣ ଗିରଫ

ପାଟ୍ରୋଲିଂରୁ ଫେରୁଥିବାବେଳେ ଭାଲୁକଚୁଆ ଗ୍ରାମର ଲଷ୍ମୀ ମୁର୍ମୁ ୧୫ ଲିଟର ଦେଶୀ ମଦ ନେଉଥିବାବେଳେ ଡାଙ୍ଗରବିଲା ରାସ୍ତାରେ ଧରା ପଡିଥିଲେ । ତେବେ ଅଭିନବ ଉପାୟରେ ଏକ ନୂଆ କାନ୍ଧ ଝୁଲା ବ୍ୟାଗ୍ ଭିତରେ ଦେଶୀ ମଦ ରଖି ବାଇକରେ ନେଉଥିବା ବେଳେ ଧରାପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବାଇକ ଓ ସାଇକେଲକୁ ମୋରଡା ଅବକାରୀ ବିଭାଗ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି ମୋରଡା ଅବକାରୀ ବିଭାଗ । ମୋରଡା ଅବକାରୀ ବିଭାଗର ଓଆଇସି ମଧୁସୂଦନ ସାହୁଙ୍କ ନେତୃତ୍ତ୍ବରେ ଏସ.ଆଇ ପଦ୍ମଲୋଚନ ଟୁଡୁ, କନେଷ୍ଟବଳ ତପସ୍ନୀ ବଇଠା, ସୁରେନ୍ଦ୍ର ନାଥ ତରେଇ, କନେଷ୍ଟବଳ, ଅନିକ ସାତୁଆ ପ୍ରମୁଖ ସାମିଲ ଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details