ଓଡିଶା

odisha

By

Published : Jun 8, 2021, 7:03 PM IST

ETV Bharat / state

ଅବକାରୀ ବିଭାଗର ଚଢାଉ; ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅବକାରୀ ବିଭାଗର ଚଢ଼ାଉରେ ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନା ଠାବ । ବିପୁଳ ପରିମାଣରେ ନକଲି ବିଦେଶୀ ମଦ ସହ ମଦ ପ୍ରସ୍ତୁତ ସାମଗ୍ରୀ ଜବତ ଓ ଜଣେ ଗିରଫ। ଅଧିକ ପଢନ୍ତୁ...

ଅବକାରି ଚଢାଉ; ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ
ଅବକାରି ଚଢାଉ; ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ବାରିପଦା:ମୟୂରଭଞ୍ଜ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅବକାରୀ ବିଭାଗ ଅଧିନ ଉଠାଣିନୁଆଗାଁରୁ ଅବକାରୀ ବିଭାଗ ଜବତ କଲା ନକଲି ମଦ ଏବଂ ପ୍ରସ୍ତୁତ ସାମଗ୍ରୀ। ଉଠାଣିନୁଆଗାଁରେ ନକଲି ବିଦେଶୀମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନିର୍ଦ୍ଦେଶରେ ଆଜି ଉଠାଣିନୂଆଗାଁ ଅଞ୍ଚଳରେ ଚଢାଉ କରାଯାଇଥିଲା ।

ଅବକାରି ଚଢାଉ; ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ଏହି ଅତର୍କିତ ଚଢ଼ାଉରେ ବେତନଟୀ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ଓ ଉଦଳା ଅବକାରି ରେଞ୍ଜ ଅଧିକାରୀ ଅଭିରାମ ବେହେରା ମିଳିତ ନେତୃତ୍ବ ନେଇଥିବା ବେଳେ ବହୁ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ । ଚଢ଼ାଉ ବେଳେ ୧୬୦ ବୋତଲ ଚୋରା ବିଦେଶୀ ମଦ ,୩୫ ଲିଟର ସ୍ପିରିଟ୍ ,କଲର୍ ଲିକୁଇଡ ଏକ ଲିଟର, ବୋତଲ ସିଲ ମେସିନ , ନକଲି ଲଗୋ ସହିତ ବିପୁଳ ଖାଲି ବୋତଲ ଜବତ କରିଥିଲା ଅବକାରୀ ବିଭାଗ। ତେବେ ଘଟଣାରେ ବିକର୍ତନ ନାଏକ ନାମକ ଜଣେ ଯୁବକକୁ ଅଟକ ରଖି ଅଧିକ ପଚାରା ଉଚରା କରୁଛି ଅବକାରୀ ବିଭାଗ।





ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details