ରାଇରଙ୍ଗପୁର: ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଓ ବହଳଦା ଥାନା ଅଧିନସ୍ଥ ଅଞ୍ଚଳ ଗୁଡ଼ିକରେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ କରିବା ସହିତ ଚୋରା କାରବାରରେ ସଂପୃକ୍ତ ଜଣେ ମହିଳା ସମେତ ଚାରି ଜଣଙ୍କୁ ଗିରଫ କରିଛନ୍ତି ।
ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ମହିଳା ସମେତ ଚାରି ଗିରଫ - mayurbhanj excise department raid
ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଓ ବହଳଦା ଥାନା ଅଧିନସ୍ଥ ଅଞ୍ଚଳ ଗୁଡ଼ିକରେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ କରିବା ସହିତ ଚୋରା କାରବାରରେ ସଂପୃକ୍ତ ଜଣେ ମହିଳା ସମେତ ଚାରି ଜଣଙ୍କୁ ଗିରଫ କରିଛନ୍ତି । ଅଧିକ ପଢନ୍ତୁ...
ସୂଚନା ଅନୁଯାୟୀ ବହଳଦା ଥାନା ଅନ୍ତର୍ଗତ ଚନ୍ଦନ ଢାବାରେ ଚଢ଼ାଉ କରି ୩୧ ଲିଟର ବିଅର, ପ୍ରାୟ ୫ ଲିଟର ବିଦେଶୀ ମଦ ସହିତ ମାଲିକ ଚନ୍ଦନ ସାହୁଙ୍କୁ ଗିରଫ କରିଛି ପୋଲିସ । ସେହିପରି ଆଉ ଏକ ଢାବାରେ ଚଢ଼ାଉ କରି ୧୫.୬ ଲିଟର ବିଅର, ୧.୫ ଲିଟର ବିଦେଶୀ ମଦ ସହିତ କାରବାର କରିଥିବା ରଞ୍ଜିତ ସାହୁଙ୍କୁ ଗିରଫ କରାଯାଇଛି । ସେପଟେ ତିରିଙ୍ଗ ଥାନା ସୁରୁଦା କାଶୀପୁରରୁ ୩.୬ ଲିଟର ବିଦେଶୀ ମଦ ସହିତ ଚମ୍ପାମଣି ହେମ୍ବ୍ରମ ଓ ପଟମବେଡାରୁ ୨୦ ଲିଟର ଦେଶୀ ମଦ ସହିତ ଶ୍ୟାମ ଚରଣ ହେମ୍ବ୍ରମଙ୍କୁ ଗିରଫ କରାଯାଇଛି । ତେବେ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ