ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଚଢାଉ ସମୟରେ ୧୪୧ ଲିଟର ଦେଶୀ ମଦ ସହ ୧୦୧୦ କେଜି ମହୁଲ ପୋଚ ଓ ବିପୁଳ ପରିମାଣର ମଦରନ୍ଧା ସରଞ୍ଜାମ ଜବତ ହୋଇଛି। ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବହଳଦା ଓ ରାଇରଙ୍ଗପୁରରେ ଚଢାଉ କରାଯାଇଥିଲା। ଅନ୍ୟପକ୍ଷେ ଏ ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ।
ରାଇରଙ୍ଗପୁରରେ ଅବକାରୀ ଚଢ଼ାଉ, 4 ଗିରଫ - Excise Department raids in rairangpur
ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ୧୪୧ ଲିଟର ଦେଶୀ ମଦ ଜବତ କରାଯିବା ସହ, 4 ଜଣଙ୍କୁ ଗିରଫ କରାଯାଇଛି। ଅଧିକ ପଢନ୍ତୁ...
ରାଇରଙ୍ଗପୁରରେ ଅବକାରୀ ଚଢ଼ାଉ, 4 ଗିରଫ
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ
Last Updated : Jan 10, 2020, 6:13 PM IST
TAGGED:
ରାଇରଙ୍ଗପୁରରେ ଅବକାରୀ ଚଢ଼ାଉ