ଓଡିଶା

odisha

ETV Bharat / state

କଡା ସୁରକ୍ଷା ଭିତରେ ଇଭିଏମ - ଇଭିଏମ

ସରିଛି ନିର୍ବାଚନ । ଇଭିଏମରେ ସିଲ ହୋଇଛି ହେଭିଓ୍ବେଟଙ୍କ ଭାଗ୍ୟ । ଅପେକ୍ଷା ମେ 23କୁ । ଗଣତି ହେବ ଆଉ ନେତା ମଧ୍ୟ ଚୁଡ଼ାନ୍ତ ହେବେ । ଏଥିପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଇଭିଏମ ଓ ଭିଭିପାଟ ମେସିନ ଗୁଡ଼ିକ କଡ଼ା ସୁରକ୍ଷା ମଧ୍ୟରେ ରହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

By

Published : Apr 30, 2019, 6:29 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ସୋମବାର ଶେଷ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଇଭିଏମ ଓ ଭିଭିପାଟ ମେସିନଗୁଡିକୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି । ଉଭୟ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀର ମୋଟ ୫୫୭ଟି ବୁଥର ଇଭିଏମ ଓ ଭିଭିପାଟ ମେସିନକୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ଭାବେ ଆଣି ରାଇରଙ୍ଗପୁର ସହରର ମହିଳା ମହାବିଦ୍ୟାଳୟ ଷ୍ଟ୍ରଙ୍ଗରୁମରେ ସିଲ କରି ରଖାଯାଇଛି ।

ଭଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୁରକ୍ଷା କର୍ମୀମାନେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିବା ବେଳେ ରାଇରଙ୍ଗପୁର ଉପଜିଲ୍ଲାପାଳ ଆସି ଷ୍ଟ୍ରଙ୍ଗରୁମକୁ ଜାଞ୍ଚ କରିଛନ୍ତି ।

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ୯ ଜଣ ଓ ସାରସକଣା ନିର୍ବାଚନ ମଣ୍ଡଳୀର ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ କିଏ ବିଜୟୀ ହେବ ସେ ନେଇ ଅଙ୍କ କଷା ଚାଲିଥିବା ବେଳେ ଆସନ୍ତା ମେ ୨୩ ତାରିଖରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପରିସରରେ କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ ହେବ ।


ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details