ଓଡିଶା

odisha

ETV Bharat / state

ଓସାରିଆ ହେବ ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡ ରାସ୍ତା, ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା - ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡ ରାସ୍ତା

ମୟୁରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡ ରାସ୍ତା ପାର୍ଶ୍ଵରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ଛୋଟ ବଡ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରି ଥଇଥାନର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ

By

Published : Sep 8, 2019, 11:36 PM IST

ବାରିପଦା: ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡ ତଥା ଲୁଲୁଂକୁ ଯାଇଥିବା ରାସ୍ତା ପାର୍ଶ୍ଵରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ

ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସହରର ମୁଖ୍ୟ ପ୍ରବେଶ ରାସ୍ତା ପୋଡାଅସ୍ତିଆ ଛକ ଓ ଶାମାଖୁଣ୍ଟା ଠାରୁ ଆରମ୍ଭ କରିଛନ୍ତି । ପ୍ରଶାସନ ଓ ପୋଲିସ ଉପସ୍ଥିତରେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଦୋକାନ ଓ ଘର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଉଚ୍ଛେଦ ବେଳେ ଦୀର୍ଘଦିନ ହେଲା ଛୋଟ ବଡ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀ ମାନଙ୍କ ମଧ୍ୟରେ ଏଥିପାଇଁ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ସେମାନଙ୍କ ପାଇଁ ତୁରନ୍ତ ଥଇଥାନର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details