ଓଡିଶା

odisha

ETV Bharat / state

ମାଡି ଆସୁଛି ୟସ: 20157 ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସୁରକ୍ଷିତ ସ୍ଥାନାନ୍ତର - 20157 people evacuate to cyclone shelter

ବାତ୍ୟା ‘ୟସର୍ ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ୪୪୫ ବାତ୍ୟା ଆଶ୍ରୟସ୍ଥଳୀରେ ୨୦୧୫୭ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ସୂଚନା ଦେଇଛି ଜିଲ୍ଲାପ୍ରଶାସନ । ଅଧିକ ପଢନ୍ତୁ...

ୟସ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ୨୦୧୫୭ ଜଣ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର
ୟସ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ୨୦୧୫୭ ଜଣ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର

By

Published : May 26, 2021, 6:25 AM IST

ବାରିପଦା: ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ‘ୟସ’ । ଆଜି ବାତ୍ୟା ୟସ ଲ୍ୟାଣ୍ଡଫଲ କରିବାକୁ ଥିବାବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ମୋଟ ୨୬ଟି ବ୍ଲକ 2ଟି ମ୍ୟୁନିସପାଲିଟି ଏବଂ 2ଟି ଏନଏସିରେ ମୋଟ ୪୪୫ ଟି ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମୋଟ ୨,୦୧୫୭ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

ୟସ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ୨୦୧୫୭ ଜଣ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର

ତେବେ ମହାମାରୀ କରୋନା ସମୟରେ ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାସ୍କ, ସାନିଟାଇଜର ବଣ୍ଟନ କରାଯିବା ସହ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ସମସ୍ତଙ୍କୁ ଡବଲ ମାସ୍କ ପିନ୍ଧିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଅନ୍ୟପକ୍ଷରେ ବାତ୍ୟାର ଲ୍ୟାଣ୍ଡଫଲ ସମୟରେ କେହି ବାହାରକୁ ନ ବାହାରିବା ପାଇଁ ମଧ୍ୟ ଜିଲ୍ଲାପାଳ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି । କଚା ଘରେ ରହୁଥିବା ଲୋକେ ତୁରନ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ଆସି ଆଶ୍ରୟ ନିଅନ୍ତୁ ବୋଲି ମଧ୍ୟ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details