ଓଡିଶା

odisha

'ଇଟିଭି ଭାରତ' ମହାପ୍ରଭାବ; ଅସହାୟକୁ ସାହା ହେଲେ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ

By

Published : Jul 21, 2020, 1:02 PM IST

ଶେଷରେ ଶୁଣିଲା ପ୍ରଶାସନ । ଅସହାୟ ପରିବାର ଦୁଃଖ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଖୋଦ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ସହାୟତାର ହାତ ବଢାଇଛନ୍ତି । ଅଧିକ ଖବର ପଢନ୍ତୁ...

'ଇଟିଭି ଭାରତ' ମହାପ୍ରଭାବ; ଅସହାୟକୁ ସାହା ହେଲେ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ
'ଇଟିଭି ଭାରତ' ମହାପ୍ରଭାବ; ଅସହାୟକୁ ସାହା ହେଲେ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ

ବାରିପଦା: ଶେଷରେ ଶୁଣିଲା ପ୍ରଶାସନ । ଅସହାୟ ପରିବାରର ଦୁଃଖ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଖୋଦ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ସହାୟତାର ହାତ ବଢାଇଛନ୍ତି । ଜିଲ୍ଲାର ମୋରଡ଼ା ବ୍ଲକ ଭାଲିଆଡ଼ିହା ଗ୍ରାମପଞ୍ଚାୟତ କେନ୍ଦୁଛାଟିଆ ଗ୍ରାମର ଚାମୁଟୁ ବିନ୍ଧାଣି ଘର ନଥିବାରୁ ଚାଷ ଜମି ନିକଟରେ ଭଙ୍ଗା ଦଦରା କୁଡ଼ିଆରେ ରହୁଥିଲେ ।

'ଇଟିଭି ଭାରତ' ମହାପ୍ରଭାବ; ଅସହାୟକୁ ସାହା ହେଲେ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ

ନିଜ ଦୃଷ୍ଟିହୀନ ସ୍ତ୍ରୀଙ୍କ ସହ ଦୟନୀୟ ଅବସ୍ଥାରେ ରହୁଥିବା ଖବର ପ୍ରଥମେ 'ଇଟିଭି ଭାରତ'ରେ ପ୍ରସାରଣ ହୋଇଥିଲା । ପରେ ଅସହାୟ ପରିବାରଙ୍କୁ ସାହାଯ୍ୟ ର ହାତ ବଢାଇଛନ୍ତି ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି।

ଅସହାୟ ପରିବାରକୁ ପଲିଥିନ ଦେବା ସହ 15 ଦିନର ରାସନ ସାମଗ୍ରୀ , ଦିବ୍ୟାଙ୍ଗ ଝିଅକୁ ଡ୍ରେସ ପ୍ରଦାନ କରିଛନ୍ତି ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ। ପ୍ରଶାସନ ପକ୍ଷରୁ ଚାମୁଟୁଙ୍କୁ ରାସନ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ତୁରନ୍ତ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବାକୁ ବିଡିଓଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details